ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବାହାରିଲା ପୋକ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

By

Published : Aug 19, 2023, 4:17 PM IST

thumbnail

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ନୂଆପାରା-ଝୁନୁକିପରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ପୂର୍ବେ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତରେ ପୋକ ବାହାରିଥିଲା  । ଏହି ଘଟଣାର ତଦନ୍ତ କରି ସ୍ଥାନୀୟ ବିଇଓ ଈଶ୍ବର ମାଝୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନ କୁଲୁଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଗତ ୧୪ ତାରିଖ ଦିନ ନୂଆପାରା-ଝୁନୁକିପରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତରେ ପୋକ ଥିବା ଦେଖିବାକୁ ମିଳିଥିଲା ।  

ଏହା ବି ପଢନ୍ତୁ-  ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି, ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ଉକ୍ତ ବିଦ୍ୟାଳୟର ଜଣେ ଛାତ୍ରୀ ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଘଟଣାକୁ ଗୁରୁତ୍ବ ଦିଆଯାଇନଥିଲା  ।  ଅନ୍ୟପଟେ ଏହି ପୋକଡା ଚାଉଳ ଝରିଗାଁ ଏଫସିଆଇ ଗୋଦାମରୁ ମାସକ ମଧ୍ୟରେ ବିଦ୍ୟାଳୟକୁ ଆସିଥିବାରୁ ଯୋଗାଣ ହେଉଥିବା ଚାଉଳ ଉପରେ ସନ୍ଦେହ ସୃଷ୍ଟି ହୋଇଛି  । ପୂର୍ବରୁ ପ୍ରତି ମାସରେ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଆସୁଥିବା ବେଳେ ଏବେ ୫ରୁ ୬ ମାସରେ ଥରେ ଆସୁଛି  । ଯାହା ଫଳରେ ଚାଉଳ ରହି ରହି ନଷ୍ଟ ହେଉଛି ବୋଲି କିଛି ଶିକ୍ଷକ ମତ ଦେଇଥିବା ବେଳେ ମାସ ମାସ ବ୍ୟବଧାନରେ ଗୋଦାମରୁ ଚାଉଳ ଆସୁଥିବାରୁ ଏହାର ଉପଯୁକ୍ତ ଯାଞ୍ଚ ମଧ୍ୟ ହେବା ଆବଶ୍ୟକ ରହିଛି ବୋଲି କିଛି ଶିକ୍ଷକ ମତ ପ୍ରକାଶ କରିଛନ୍ତି ।  

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.