ମୁଣ୍ଡରେ ମାଠିଆ ଧରି ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମହିଳା - Shiv Shankar Das campaign

By ETV Bharat Odisha Team

Published : May 10, 2024, 12:20 PM IST

thumbnail
Shiv Shankar Das (ETV Bharat Odisha)

Independent candidate election campaign: ବ୍ରହ୍ମପୁର: ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଥିବା ଶିବଶଙ୍କର ଦାସଙ୍କ ପ୍ରତି ବଢୁଛି ପ୍ରବଳ ଜନସମର୍ଥନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବାକୁ ରହିଥିବା ବେଳେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ନିଜର ପ୍ରଚାରକୁ ଜୋରଦାର ଚଳାଇଛନ୍ତି  । ଶତାଧିକ ସମର୍ଥକଙ୍କ ସହ ଶିବଶଙ୍କର ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ।ଶତାଧିକ ମହିଳା ତାଙ୍କ ସହ ପ୍ରଚାରରେ ସାମିଲ ହୋଇଛନ୍ତି । ତାଙ୍କର ନିର୍ବାଚନୀ ଚିହ୍ନ ମାଠିଆ ହୋଇଥିବା ବେଳେ ମହିଳାମାନେ ହାତରେ ମାଠିଆ ଧରି ପ୍ରାର୍ଥୀଙ୍କ ସହ ପ୍ରଚାର କରୁଥିବା ଦେଖାଯାଇଛି  ।

ଏହାମଧ୍ୟ ପଢନ୍ତୁ... ବ୍ରହ୍ମପୁର ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା; ବ୍ରହ୍ମାନନ୍ଦ ତ୍ରିପାଠୀ - Berhampur Assembly Constituency

ପ୍ରଚାର ସମୟରେ ବିଭିନ୍ନ ସ୍ଥାନରେ ପହଞ୍ଚି ଜନସାଧାରଣଙ୍କ ସମସ୍ୟା ନେଇ ଆଲୋଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ଶିବଶଙ୍କର । ସେ ବିଧାୟକ ରୂପେ ନିର୍ବାଚିତ ହେଲେ ସମସ୍ତ ମୌଳିକ ସୁବିଧା କିପରି ନିଶ୍ଚିତ ହେବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି । ସହରର ରାସ୍ତା, ପାନୀୟ ଜଳ ଦୂରୀକରଣ, ଗ୍ରାମକଣ୍ଟକ, ବାସହୀନଙ୍କୁ ଗୃହ ପ୍ରଦାନ, ଜମିପଟ୍ଟା ଆଦି ବଣ୍ଟନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ବୋଲି ପ୍ରଚାର କରି ଲୋକଙ୍କ ନିକଟତର ହେଉଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ । ଏହି ଅବସରରେ ଶିବଶଙ୍କରଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ଇଟିଭି ଭାରତ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.