ବ୍ରହ୍ମପୁର ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା; ବ୍ରହ୍ମାନନ୍ଦ ତ୍ରିପାଠୀ - Berhampur Assembly Constituency

By ETV Bharat Odisha Team

Published : May 9, 2024, 6:13 PM IST

thumbnail
ବ୍ରହ୍ମପୁର ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା; ବ୍ରହ୍ମାନନ୍ଦ ତ୍ରିପାଠୀ (ETV Bharat Odisha)

Berhampur Assembly Constituency: ବ୍ରହ୍ମପୁର: ଆଉ ମାତ୍ର କେଇଟା ଦିନ, ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଡୋର ଟୁ ଡୋଟ କ୍ୟାମ୍ପେନ ସହ ବିଶାଳ ରାଲିରେ ଲୋକଙ୍କୁ ମନାଇବାରେ ଲାଗିପଡିଛନ୍ତି ପ୍ରାର୍ଥୀ । ପ୍ରଚାରରେ କମ୍ପୁଛି ମୈଦାନ । ସେପଟେ ଏହି ମାମଲାରେ ପଛରେ ରହିନାହାନ୍ତି ସ୍ୱାଧୀନ ପ୍ରାର୍ଥୀ । ସେମାନେ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରିଛନ୍ତି । ବ୍ରହ୍ମପୁର ସହରର ୪୨ ଗୋଟି ୱାର୍ଡ ମଧ୍ୟରୁ ୩୬ ଗୋଟି ୱାର୍ଡ ବ୍ରହ୍ମପୁର ବିଧାନସଭାରେ ଅର୍ନ୍ତଭୁକ୍ତ ରହିଥିବା ବେଳେ ଏହି ୱାର୍ଡର ବ୍ରହ୍ମପୁର ସହରରେ ଧିରେ ଧିରେ ଯୋର ଧରିଲାଣି ଉଭୟ ଦଳୀୟ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ବିଧାନସଭା ନିର୍ବାଚନୀ ପ୍ରଚାର ।

ଚଳିତଥର ବ୍ରହ୍ମପୁର ବିଧାନସଭା ପାଇଁ ୧୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଥିବା ବେଳେ ଏଭଳି ସମୟରେ ସ୍ୱାଧୀନ ପ୍ରାର୍ଥୀ ଏକପ୍ରକାର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି । ଏପରି ୧୭ ଜଣ ପ୍ରାର୍ଥୀ ହୋଇଥିବାର ସେମାନଙ୍କ ଭିନ୍ନ ଭିନ୍ନ ତରିକାରେ ପ୍ରଚାର କରିବା ସାହି ସାହିରେ ଜମୁଛି ବିଭିନ୍ନ ସ୍ୱାଧିନ ପ୍ରାର୍ଥୀଙ୍କ ପ୍ରଚାର । ବ୍ରହ୍ମପୁର ବିଧାନସଭା ପାଇଁ ପ୍ରାର୍ଥୀ ଭାବେ ବ୍ରହ୍ମାନନ୍ଦ ତ୍ରିପାଠୀ ଡାଇମଣ୍ଡ ଚିହ୍ନରେ ମୈଦାନକୁ ଓହ୍ଲାଇଥିବା ବେଳେ ବ୍ରହ୍ମପୁର ସମସ୍ଯାକୁ ମୁଦ୍ଦା କରି ନିର୍ବାଚନ ଲଢେଇ କରୁଛନ୍ତି । ଲୋକଙ୍କ ଉପରୋ ଭରସା ଅଛି । ଏଥର ନିର୍ବାଚନରେ ଏକପ୍ରକାର ନିର୍ଣ୍ଣାୟକ ଭୂମିକା ଗ୍ରହଣ ହେବ ବୋଲି ସେ କହିଛନ୍ତି । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.