ETV Bharat / state

ନିମାପଡା ପାଇଁ ଇସ୍ତାହାର ଜାରି କଲେ ସିଦ୍ଧାର୍ଥ, ବିଜେଡି ଉପରେ ବର୍ଷିଲେ - SIDHARTH ROUTRAY TARGETS CM Naveen

author img

By ETV Bharat Odisha Team

Published : May 20, 2024, 1:21 PM IST

Sidharth Routray Targets Pandian: ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଇସ୍ତାହାର ଜାରି କରିଛନ୍ତି । ଏଥି ସହ ନିମାପଡାର ବିକାଶ ଏବଂ ସମସ୍ୟା ନେଇ ବିଜେଡ଼ି ଉପରେ ଖୁବ ବର୍ଷିଛନ୍ତି । ଅଧିକ ପଢନ୍ତୁ

ନିମାପଡା ପାଇଁ ଇସ୍ତାହାର ଜାରି କଲେ ସିଦ୍ଧାର୍ଥ ରାଉତରାୟ, ବିଜେଡି ଉପରେ ବର୍ଷିଲେ
ନିମାପଡା ପାଇଁ ଇସ୍ତାହାର ଜାରି କଲେ ସିଦ୍ଧାର୍ଥ ରାଉତରାୟ, ବିଜେଡି ଉପରେ ବର୍ଷିଲେ (ETV Bharat Odisha)

ନିମାପଡା ପାଇଁ ଇସ୍ତାହାର ଜାରି କଲେ ସିଦ୍ଧାର୍ଥ ରାଉତରାୟ, ବିଜେଡି ଉପରେ ବର୍ଷିଲେ (ETV Bharat Odisha)

ପୁରୀ: ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ଏବେ ନିମାପଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର ଧରିଲାଣି । ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେତେ ଯୋଜନା କରିବେ ବୋଲି ପ୍ରଲୋଭନ ଦେଖାଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଏକ ପ୍ରେସମିଟ ଆୟୋଜନ କରିଛନ୍ତି । ଏହି ସମୟରେ ସେ ନିମାପଡ଼ା ପାଇଁ ଇସ୍ତାହାର ସମ୍ପର୍କରେ କହିଛନ୍ତି । ଏଥିସହ ସେ ୨୫ ବର୍ଷ ଶାସନରେ ବିଜେଡ଼ି ନିମାପଡା ପାଇଁ କଣ କରିଛି ବୋଲି ପ୍ରଶ୍ନ କରିବା ସହ ଲୋକଙ୍କୁ ଚେତିବାକୁ କହିଛନ୍ତି ।

ସେ କହିଛନ୍ତି, ନିମାପଡା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କର ଅନେକ ସମସ୍ୟା ରହିଛି । ନିମାପଡାରେ କଂଗ୍ରେସ କ୍ଷମତାକୁ ଆସିଲେ ଦୀର୍ଘ ଦିନ ଧରି ରହିଥିବା ସମସ୍ୟାକୁ ସୁଧାରିବା ସହ ନିମାପଡାକୁ ଏକ ବ୍ରାଣ୍ଡ କରାଯିବ । ନିମାପଡାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କଥା ନ କହିଲେ ଭଲ । ନିମାପଡା ଡାକ୍ତରଖାନାରେ ଜଣେ ଡ଼ାକ୍ତର ୫୦୦ରୁ ଊର୍ଦ୍ଧ୍ବ ରୋଗୀ, ଶୀତଳ ଭଣ୍ଡାର ନାହିଁ । ଅନେକ ସମସ୍ୟା ରହିଛି । ଏପରି ସ୍ଥିତିରେ ବିଜେଡି ସରକାର ଦୀର୍ଘ ଦିନ ହେବ ନିମାପଡାରେ କ୍ଷମତାରେ ଥିବା ବେଳେ କ'ଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ସେ ଲୋକଙ୍କୁ ଚେତିବାକୁ ମଧ୍ୟ କହିଛନ୍ତି । ଭାବିଚିନ୍ତି ନେତା ବାଛିବାକୁ ଅନୁରୋଧ କରିଛନ୍ତି ।

ଏଥିସହ ସେ ଲୋକଙ୍କୁ ପ୍ରତିଶୃତି ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ଏଠି ବାହାର ରାଜ୍ୟକୁ ଯାଇ ଦାଦନ ଖଟୁ ଥିବା ପରିବାର ଆଉ ଦାଦନ ଯିବେ ନାହିଁ, ଋଷୀମାନଙ୍କ ସୁବିଧା ପାଇଁ କିଛି ବି କରାଯାଇ ନାହିଁ, ଶିକ୍ଷିତ ଯୁବକମାନଙ୍କ ପାଇଁ ବିଜେଡ଼ି ସରକାରଙ୍କର କିଛି ଏଜେଣ୍ଡା ନାହିଁ ଯାହା ଫଳରେ ଏଠାକାର ଯୁବକ । ଯୁବକମାନଙ୍କୁ ସଂଗଠିତ କରାଯାଇ ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ଚାଷୀ ମାନଙ୍କୁ ପାଇଁ ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ଖୋଲାଯିବ । ସେଠାରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦିଆଯିବ । ନିମାପଡାକୁ ତା ନିଜସ୍ଵ ପରିଚୟରେ ଏଠି ବ୍ରାଣ୍ଡ କରିବାକୁ ହେବ । ଏସବୁ ସହିତ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ପାଇଁ କଂଗ୍ରେସ କ୍ଷମତାକୁ ନିହାତି ଆସିବା ଦରକାର ବୋଲି କହିଛିନ୍ତି କଂଗ୍ରେସ ପ୍ରାର୍ଥୀ ସିଦ୍ଧାଥ ରାଉତରାୟ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା ପାଇଁ ବିଜେପି ଓ ବିଜେଡିକୁ ସୋନାଲି ପଚାରିଲେ 25 ପ୍ରଶ୍ନ

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.