ETV Bharat / state

ଖୋର୍ଦ୍ଧା ପାଇଁ ବିଜେପି ଓ ବିଜେଡିକୁ ସୋନାଲି ପଚାରିଲେ 25 ପ୍ରଶ୍ନ - Congress Slams BJP And BJD

author img

By ETV Bharat Odisha Team

Published : May 13, 2024, 7:12 PM IST

Congress Slams BJP And BJD: ଖୋର୍ଦ୍ଧାର ବିକାଶ ଏବଂ ସମସ୍ୟାକୁ ନେଇ ବିଜେପି ଏବଂ ବିଜେଡି ଉପରେ ବର୍ଷିଲେ କଂଗ୍ରେସ ପ୍ରାର୍ଥିନୀ ସୋନାଲି ସାହୁ । ଅଧିକ ପଢନ୍ତୁ

ଖୋର୍ଦ୍ଧା ପାଇଁ ବିଜେପି ଓ ବଜେଡିକୁ ସୋନାଲିଙ୍କ ପଚିଶ ପ୍ରଶ୍ନ
ଖୋର୍ଦ୍ଧା ପାଇଁ ବିଜେପି ଓ ବଜେଡିକୁ ସୋନାଲିଙ୍କ ପଚିଶ ପ୍ରଶ୍ନ (ETV Bharat Odisha)

ଖୋର୍ଦ୍ଧା ପାଇଁ ବିଜେପି ଓ ବଜେଡିକୁ ସୋନାଲିଙ୍କ ପଚିଶ ପ୍ରଶ୍ନ (ETV Bharat Odisha)

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ତୀବ୍ର ହେବାରେ ଲାଗିଛି ରାଜନୈତିକ ମାହୋଲ । ଏଭଳି ପରିସ୍ଥିତିରେ ଖୋର୍ଦ୍ଧାରେ ଜମୁଛି ନିର୍ବାଚନୀ ପ୍ରଚାର । ତେବେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଦିନ ପରେ ଖୋର୍ଦ୍ଧାରେ ହେବ ନିର୍ବାଚନ । ଯାହା ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳୀୟ ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆଜି ଖୋର୍ଦ୍ଧା ଠାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଏବଂ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥିନୀ ସୋନାଲି ସାହୁ ।

କେନ୍ଦ୍ରରେ ୧୦ ବର୍ଷ ଶାସନରେ ଥିବା ବିଜେପି ଓ ରାଜ୍ୟରେ ୨୫ ବର୍ଷ ଶାସନରେ ଥିବା ବିଜେଡି ସରକାର ଖୋର୍ଦ୍ଧାର ବିକାଶ ନେଇ କଣ କରିଛନ୍ତି କହି ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥିନୀ ସୋନାଲି ସାହୁ । ଉଭୟ ସରକାରଙ୍କୁ ୨୫ ପ୍ରଶ୍ନ ପଚାରି ତାର ଉତ୍ତର ସେ ଆଶା ରଖିଛନ୍ତି । ଉଭୟ ସରକାର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କଣ କରିଛନ୍ତି କହି ସମାଲୋଚନା କରିଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟାର ସମାଧାନ ହୋଇନଥିବା ବେଳେ ପାଣ୍ଡିଆନଙ୍କ ଏମିତି ବ୍ୟୟ ବହୁଳ ପ୍ରଚାର କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ।

ଏଥିସହ ଖୋର୍ଦ୍ଧା ହସ୍ପିଟାଲରେ ଡାକ୍ତର ଅଭାବ ସହ ଏହା କେବଳ ରେଫର ହସ୍ପିଟାଲ ପାଲଟିଥିବା କହିଛନ୍ତି ସୋନାଲି । ସେହିପରି ଜମିକୁ ଜଳସେଚନ ନଥିବା ବେଳେ କାଳିଆ ଯୋଜନା କାହିଁକି ବୋଲି ପଚାରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ବେଳେ, ମିଶନ ଶକ୍ତିକୁ ଶକ୍ତିହୀନ କରାଯାଇଛି । କେବଳ ସେତିକି ନୁହେଁ ଖୋର୍ଦ୍ଧାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂଗୀନ ହୋଇପଡିଥିବା କହିଛନ୍ତି, ପାଇକ ସ୍ମାରକୀକୁ ନେଇ ଉଭୟ ଦଳ ରାଜନୀତି କରୁଥିବା କହିଛନ୍ତି ସେ । ନିର୍ବାଚନ ମଣ୍ଡଳୀରେ ଖଣି ଚୋରି,ଜାତୀୟ ରାଜପଥରେ ଅତ୍ୟଧିକ ଟୋଲ ଆଦାୟ, ଲୋ ଭଲ୍ଟେଜ, ଜଙ୍ଗଲ ଜମି ଓ ସରକାରୀ ଜମିକୁ ହଡପ କରାଯାଉଥିବା କହି ଉଭୟଙ୍କ ଉପରେ ବର୍ଷିଛନ୍ତି ଓ ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ରୋଡ ସୋ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ
ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.