ଭୋଟରଙ୍କ ବାରଣ୍ଡାରେ ବସି ପଖାଳ ଖାଇଲେ, ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - Odisha Assembly election

By ETV Bharat Odisha Team

Published : May 10, 2024, 12:26 PM IST

thumbnail
CONGRESS CANDIDATES ATE PAKHALA (ETV Bharat Odisha)

ନିଆଳି: ନିର୍ବାଚନକୁ ନେଇ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର । ପ୍ରଚଣ୍ଡ ଖରାକୁ ଖାତିର୍ ନକରି ଲମ୍ବା ଲମ୍ବା ପ୍ରତିଶ୍ରୁତି ସହ ଜନସାଧାରଣଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ବିଜେଡି, ବିଜେପି ଜୋରଦାର ପ୍ରଚାର ଜାରି ରଖିଥିବା ବେଳେ କଂଗ୍ରେସ ମଧ୍ୟ ଜନତାଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା ଜାରି ରଖିଛି । ତେବେ ଏହି ପ୍ରଚାର ସମୟରେ ଭୋଟରଙ୍କ ଘରେ ପଖାଳ ଓ ଆଳୁଭଜା ଖାଇଛନ୍ତି କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟଦେବ ବିଧାନସଭା ଆସନ ବାଲିପାଟଣା ଅଞ୍ଚଳରେ । ଗୁରୁବାର ଦିନ ଖରାରେ ପ୍ରଚାର କରିବା ପରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନଓ୍ବାଜ ଓ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଭୋଟରଙ୍କ ବାରଣ୍ଡାରେ ପଖାଳ ଭାତ ଖାଇ ଆର୍ଶୀବାଦ ଭିକ୍ଷା କରିଥିଲେ । ଦୁଇ ମହିଳା ଭୋଟର ତାଙ୍କୁ ପଖାଳ ଖୁଆଇ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ଭୋଟ ମାଗିଲେ କଳ୍ପନା ସୋରେନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବି ସାମିଲ - JMM Campaign In Mayurbhanj

ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ କସରତ କରୁଛି କଂଗ୍ରେସ । ୨୦୨୪ରେ ଦଳକୁ କିପରି ମଜବୁତ କରିହେବ ଏଥିପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିନ ରାତି ଏକ କରି ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏପରି କି ଖରାକୁ ବି ଖାତିର ନାହିଁ । ଧୁ ଧୁ ଖରାରେ ଭୋଟରଙ୍କ ନିକଟତର ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ । ଗତକାଲି ଜୟଦେବ ବିଧାନସଭା ଆସନ ବାଲିପାଟଣା ଅଞ୍ଚଳରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନଓ୍ବାଜ ଓ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ପ୍ରଚାର କରିଥିଲେ । ଉଭୟ ପ୍ରାର୍ଥୀ ବିଜେଡି ଓ ବିଜେପି ସରକାର ଗରିବ ପରିବାରଙ୍କୁ ମୁଣ୍ଡ ଉପରେ ପକ୍କା ଛାତ ଦେଇ ନାହାଁନ୍ତି ବରଂ ଗରିବ ପରିବାରଙ୍କୁ ଲୁଟ କରିଛନ୍ତି, ଏଥର ପରିବର୍ତ୍ତନ ହେବ କଂଗ୍ରେସ ଆସିବ ଓ ଗରିବ ମୁହଁରେ ହସ ଫୁଟିବ ବୋଲି କହିଛନ୍ତି ଦୁଇ ପ୍ରାର୍ଥୀ । ସେପଟେ ଦୁଇ ପ୍ରାର୍ଥୀଙ୍କୁ ବାଲିପାଟଣା ଅଞ୍ଚଳର ଦୁଇ ମହିଳା ଭୋଟର ନିଜ ହାତରେ ଖୁଆଇ ଦେଉଥିବା ଭିଡିଓରୁ ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.