ETV Bharat / politics

ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ଭୋଟ ମାଗିଲେ କଳ୍ପନା ସୋରେନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବି ସାମିଲ - JMM Campaign In Mayurbhanj

author img

By ETV Bharat Odisha Team

Published : May 9, 2024, 11:03 PM IST

JMM Campaign In Mayurbhanj: ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ପ୍ରଚାର କରିଛନ୍ତି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ କଳ୍ପନା ସୋରେନ । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

JMM Campaign In Mayurbhanj
JMM Campaign In Mayurbhanj (ETV Bharat Odisha)

JMM Campaign In Mayurbhanj (ETV Bharat Odisha)

ରାଇରଙ୍ଗପୁର: ସରଗରମ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର ପ୍ରଚାର ମଇଦାନ । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ଜେଏମଏମ ବିଧାୟକ ପ୍ରାର୍ଥିନୀ ଅଞ୍ଜନୀ ସୋରେନ ନାମାଙ୍କନ ଦାଖଲ କରିଛନ୍ତି । ଅଞ୍ଜନୀ ହେଉଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ । ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ ଚମ୍ପାଇ ସୋରେନ । ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ କଳ୍ପନା ମୁର୍ମୁ ସୋରେନ । ସେହିପରି ଜେଏମଏମ ବିଧାୟକ ପ୍ରାର୍ଥୀ ସୁନାରାମ ସୋରେନ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ କଳ୍ପନା ମୁର୍ମୁ ସୋରେନ ରାଇରଙ୍ଗପୁର ସହରକୁ ଆସିଛନ୍ତି । ତାଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତରେ ସ୍ବାଗତ କରିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । ତେବେ କଳ୍ପନା ଆଜି ଦିନ ୧୦ଟା ୨୫ ସମୟରେ କଳ୍ପନା ମୁର୍ମୁ ସୋରେନ ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ ବିର୍ସା ମୁଣ୍ଡା ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ବାହାରି ଅପରାହ୍ନ ୧୧ଟା ୪୫ ସମୟରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୩୦ରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ଅପରାହ୍ନ ୧ଟା୪୫ ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ କଳ୍ପନା ମୁର୍ମୁ ସୋରେନ । ତାଙ୍କ ସହ ଉପସ୍ଥିତ ଥିଲେ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଞ୍ଜନୀ ସୋରେନ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁନାରାମ ଟୁଡୁ ।

ଏହା ବି ପଢନ୍ତୁ...ଭଦ୍ରକରେ ନାମାଙ୍କନ ଭରିଲେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ, ପୁରୁଖାଙ୍କୁ ଟକ୍କର ଦେବେ ନବାଗତ - Odisha Assembly Election 2024

ଜେଏମଏମ ଦଳର ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଞ୍ଜନୀ ସୋରେନ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁନାରାମ ଟୁଡୁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଥି ସହିତ ମହୁଲଡିହା ସ୍ଥିତ ପଡିଆରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଯେଉଁଠି ଚମ୍ପଇ ସୋରେନ ଓ କଳ୍ପନା ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ହଜାରରୁ ଉର୍ଦ୍ଧ୍ଵ ଜନସମାଗମ ମଧ୍ୟରେ ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତିି। ସଭା ମାଧ୍ୟମରେ ରାଇରଙ୍ଗପୁରର ଜନସାଧାରଣଙ୍କୁ ଜେଏମଏମ ଦଳକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ଦଳର ଶୀର୍ଷ ନେତା।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.