ଭଦ୍ରକରେ ନାମାଙ୍କନ ଭରିଲେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ, ପୁରୁଖାଙ୍କୁ ଟକ୍କର ଦେବେ ନବାଗତ - Odisha Assembly Election 2024

By ETV Bharat Odisha Team

Published : May 9, 2024, 10:52 PM IST

thumbnail
Bhadrak Assembly Constituency (ETV Bharat Odisha)

Bhadrak Candidate File Nomination: ଭଦ୍ରକ: ଆଜି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହିତ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟପଟେ ବିଜେପି ପକ୍ଷରୁ ଯୁବ ଚେହେରା ସୀତାଂଶୁ ଶେଖର ମହାପାତ୍ର ଆଜି ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରଥମେ ସମର୍ଥକ ମାନଙ୍କ ସହିତ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଦଳୀୟ ନେତା, କର୍ମୀ ଏବଂ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ । ସେଠାରୁ ସେ ଦକ୍ଷିଶ୍ଵରୀ କାଳି ମନ୍ଦିରରେ ଦର୍ଶନ କରି ମଠସାହି ଛକ, ନୂଆବଜାର ବାଟରେ ଆସି ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ସେଠାରେ ନିର୍ଦ୍ଧାରିତ ନିୟମ ଅନୁସାରେ ଅସିତ ତାଙ୍କର ପ୍ରାର୍ଥୀ ପତ୍ରଦାଖଲ କରିଥିଲେ । ପ୍ରକାଶ ଥାଉକି ବିଜେଡି ଟିକେଟରୁ ବଞ୍ଚିତ ଅସିତ ପଟ୍ଟନାୟକ ଦଳ ଛାଡିବା ପରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । କେବଳ ଭଦ୍ରକ ପୌରପାଳିକା ନୁହେଁ, ସମଗ୍ର ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅସିତଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ସଂଗଠନ ଏବେ ଅସିତଙ୍କ ପଛରେ ଛିଡା ହୋଇଥିବା ଚର୍ଚ୍ଚା ହେଉଛି ।   

ଏହା ମଧ୍ୟ ପଢ଼ନ୍ତୁ..ଆସିଲା ବିଜେଡି ଇସ୍ତାହାର; 2034 ସୁଦ୍ଧା 'ଓଡ଼ିଶାକୁ ନଂ1' କରିବାକୁ ନବୀନ ପ୍ରତିଶୃତି - BJD Election Manifesto 2024

ଅପରପକ୍ଷେ ସୀତାଂଶୁ ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପି ବିଧାନସଭା ଦଳୀୟ କାର୍ଯ୍ୟାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଏବଂ ଦକ୍ଷିଶ୍ଵରୀ କାଳି ମନ୍ଦିରରେ ଦର୍ଶନ କରି ମଠସାହି ଛକ, ନୂଆବଜାର ବାଟରେ ଆସି ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ସେଠାରେ ନିର୍ଦ୍ଧାରିତ ନିୟମ ଅନୁସାରେ ଅସିତ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ପ୍ରକାଶ ଥାଉକି ଉଭୟ କଂଗ୍ରେସ ଏବଂ ବିଜେଡିକୁ ମୁକାବିଲା କରିବା ପାଇଁ ବିଜେପି ଏଥିର ତାର ପ୍ରାର୍ଥୀ ପରିବର୍ତ୍ତନ କରି ନୂଆ ମୁହଁ ଉପରେ ଭରସା କରିଛି । ଯାହାକି ବିଜେଡିର ବରିଷ୍ଠ ନେତା ତଥା ଭେଟେରାନ ପ୍ରଫୁଲ ସାମଲଙ୍କୁ ମୁକାବିଲା କରିବା ଭଳି ଜଣେ ନବାଗତ ଯୁବନେତା ତଥା ଭଦ୍ରକ ଶହୀଦ ଭଗତ ସେନାର ଆବାହକ ସୀତାଂଶୁ ମହାପାତ୍ରଙ୍କୁ ଦଳୀୟ ଟିକଟ ଦେଇଛି।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.