କେନ୍ଦୁଝରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

By ETV Bharat Odisha Team

Published : Dec 8, 2023, 9:12 AM IST

thumbnail

କେନ୍ଦୁଝର: ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପଦର୍ଶନୀ ଆୟୋଜତି ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଏହି ପଦର୍ଶନୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଏହାର ଉଦଘାଟନ କରିଛନ୍ତି ।  ପ୍ରଥମ ଦିନରେ ଏହି ଚିତ୍ରକଳା ପ୍ରଦର୍ଶନୀ ଦେଖିବାକୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ନୂତନ ଚିତ୍ରକଳା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏପରି ଆୟୋଜନ କରାଯାଇଥିବା ସଂଯୋଜକ ଭୁବନ ମୋହନ ତ୍ରିପାଠୀ ମତ ରଖିଛନ୍ତି । ପାରମ୍ପରିକ କଳାର ଏବେ ବହୁ ସ୍ଥାନରେ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନରୁଦ୍ଧାର କରିବାକୁ ମଙ୍ଗ ଧରିଛନ୍ତି ରାଜ୍ୟ ସରକାର । ତେଣୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଅଧୀନରେ ଥିବା ଲଳିତ କଳା ଏକାଡେମୀ ପକ୍ଷରୁ ପୁରାତନ କଳା ସହ ନୂତନ ଚିତ୍ରକଳାକୁ ଏବେ ପ୍ରାଧାନ୍ୟ ଦିଆଯାଉଛି । ନୂତନ ପ୍ରଣାଳୀରେ ଚିତ୍ରକଳା କେବଳ ଭୁବନେଶ୍ଵର ମଧ୍ୟରେ ସୀମିତ ନରହି ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଛି ଓଡ଼ିଶା ଲଲିତ କଳା ଏକାଡେମୀ । ଏଥିପାଇଁ ଏକ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ପ୍ରତି ଜିଲ୍ଲା ମୁଖ୍ୟାଳୟଠାରେ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.