କମିଶନରେଟ୍ ପୋଲିସର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

By ETV Bharat Odisha Team

Published : Jan 7, 2024, 3:52 PM IST

thumbnail

Commissionerate police raising day: କଟକ: କମିଶନରେଟ୍ ପୋଲିସର ୧୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ ରୋଡ଼ ରନ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କଟକ ମେୟର ସୁବାଷ ସିଂ, କଟକ-ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ୍, କଟକ ଜିଲ୍ଲାପାଳ ନରହରୀ ସେଠୀ, ଦ୍ଵେତ ନଗରୀ କମିଶରେଟ୍ ପୋଲିସ ର ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ କୁମାର ରାୟ ଏବଂ ଓଡ଼ିଶା ସିନେ କଳାକାର ଶୁଭାଶିଷ ଶର୍ମା, ନିକିତା ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ରୋଡ ରନ୍ କଟକ ବକ୍ସି ବଜାର ସ୍ଥିତ ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ଆରମ୍ଭ ହୋଇ କଟକ ବାଲିଯାତ୍ରା ପଡ଼ିଆଠାରେ ଥିବା କଟକ ଇନ୍ କଟକରେ ଶେଷ ହୋଇଥିଲା । ପରେ କଟକ ଇନ୍ କଟକ ପ୍ୟାଭିଲନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ କଟକ UPDର ସମସ୍ତ ଥାନାର ଆଇଆଇସି ଓ ପୋଲିସ କର୍ମଚାରୀଙ୍କ ସହ ସ୍କୁଲ୍ ଓ କଲେଜ ଛାତ୍ର ଛାତ୍ରୀମାନଙ୍କୁ ନେଇ ଡିବେଟ୍ ପ୍ରତିଯୋଗିତା କରାଯାଇଥିଲା । ତେବେ ସାମାଜିକ ଦାୟିତ୍ବ ସହ ଲୋକଙ୍କ ସେବା ଓ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ପୋଲିସ ଡିସିପି। ତେବେ ଆଗକୁ କମିଶନରେଟ ପୋଲିସ କିପରି ଭଲ କାମ କରିବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି ସେ । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.