ଅଣସରରେ ମହାପ୍ରଭୁପ୍ରଭୁ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 6, 2023, 8:11 AM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ଅସୁସ୍ଥତା ପାଇଁ ଅଣସରରେ ରହିଛନ୍ତି ମହାପ୍ରଭୁ । ୧୫ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଅଣସର ପିଣ୍ଡିକୁ ଯିବାର ଆଜି ହେଉଛି ଦ୍ବିତୀୟ ଦିନ। ତେଣୁ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଏବେ ବ୍ରହ୍ମଗିରି ପାଲଟି ଯାଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ମଧ୍ୟ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ।  ଆଜି ଭୋର୍‌ ୪ଟାରୁ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପନ୍ନ ହୋଇଛି । ଅଲାରନାଥଙ୍କ ମଙ୍ଗଳ ଆଳତୀ ଦର୍ଶନର ସୌଭାଗ୍ୟ ଅର୍ଜନ କରିଛନ୍ତି ଭକ୍ତ । ବର୍ତ୍ତମାନ ମହାପ୍ରଭୁ ଅଣସରରେ ଥିବାରୁ ଅଲାରନାଥଙ୍କ ଦର୍ଶନ ପାଇଁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି।

ଇଟିଭି ଭାରତ,ପୁରୀ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.