ଢେଙ୍କାନାଳରେ ମା' ଜଗତ ଜନନୀଙ୍କ ନବମୀ ପୂଜା ସମ୍ପନ୍ନ

By ETV Bharat Odisha Team

Published : Oct 23, 2023, 10:19 PM IST

thumbnail

ଢେଙ୍କାନାଳ: ବିଭିନ୍ନ ସ୍ଥାନରେ ଚାଲିଛି ମା' ଜଗତ ଜନନୀଙ୍କ ନବମୀ ପୂଜା । ମନ୍ତ୍ର ଧ୍ୱନିରେ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି । ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପୂଜା ମଣ୍ଡପରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ସନ୍ଧ୍ୟା ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି ।
 

ଏହା ବି ପଢନ୍ତୁ...ତୋରଣରେ 'ୱେଲକମ୍‌ କୋଲକାତା' ସହ ଦ୍ୱାରିକା ନଗରୀର ଭଗ୍ନାବଶେଷ

ଆଜି ହେଉଛି ଜଗତଜନନୀ ମା' ଦୁର୍ଗାଙ୍କ ନବମୀ ପୂଜା । ସକାଳୁ ରୀତିନୀତି ଅନୁସାରେ ମା'ଙ୍କର ପୂଜାର୍ଚ୍ଚନା ହୋଇଛି  । ନବମୀରେ କୁମାରୀ ପୂଜା ହୋଇଥିବାବେଳେ ଅପରାହ୍ନରେ ମା'ଙ୍କ ନିକଟରେ ପୂର୍ଣ୍ଣାହୁତି ହୋଇଛି । ସନ୍ଧ୍ୟାରେ ଶେଷ ଆଳତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ପ୍ରେସ, ରାଧାକୃଷ୍ଣ ବଜାର, ପୋଲିସ ଲାଇନ, କାଞ୍ଚନବଜାର ଆଦି ସ୍ଥାନରେ ପୂଜା କରାଯାଉଛି  ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.