ତୋରଣରେ 'ୱେଲକମ୍‌ କୋଲକାତା' ସହ ଦ୍ୱାରିକା ନଗରୀର ଭଗ୍ନାବଶେଷ

By ETV Bharat Odisha Team

Published : Oct 23, 2023, 8:58 PM IST

thumbnail


ଭୁବନେଶ୍ବର: ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତିରେ ଚଳିତ ଥର ଶୋଭାପାଉଛି ୱେଲକମ୍‌ କୋଲକାତାର ତୋରଣ । ଆଉ ଭିତରେ ରହିଛି ଲୀନ ହୋଇଯାଥିବା ଦ୍ୱାରିକାର ଭ୍ରମ।  ୧୯୫୫ ମସିହାରେ ଆରମ୍ଭ ହୋଇଥିବା ଏହି ମଣ୍ଡପର ଦୁର୍ଗୋତ୍ସବ ୬୮ ବର୍ଷରେ ପହଞ୍ଚିଛି । ଦୀର୍ଘ ବର୍ଷର ଏହି ପୂଜା ମଣ୍ଡପ ସବୁବେଳେ ନିଆରା କଳାକୃତିକୁ ପାଇଁ ଚର୍ଚ୍ଚାରେ ରହିଥିବାବେଳେ ଚଳିତ ବର୍ଷ ମଧ୍ୟ ଭିନ୍ନ ଝଲକ ଦେଖାଇବା ପାଇଁ କର୍ମକର୍ତ୍ତା ଉଦ୍ୟମ କରିଛନ୍ତି । 

ଏହା ବି ପଢନ୍ତୁ...Durga Puja Special: ମହାନବମୀରେ ମା’ ଦୁର୍ଗାଙ୍କ ପାଖରେ କାହିଁକି ଲାଗି ହୁଏ ମାଛ ଭୋଗ, ଜାଣନ୍ତି କି

ପୂଜାମଣ୍ଡପ ଆଭ୍ୟନ୍ତରଣରେ ସମୁଦ୍ରଗର୍ଭରେ ଲୀନ ହୋଇ ଯାଇଥିବା ଦ୍ୱାରିକା ନଗରୀର ନିଛକ ଦୃଶ୍ୟ ଫୁଟାଇଛନ୍ତି ୪୦ ଓଡ଼ିଆ କାରିଗର । ଅଢେଇ କିଲୋ ସୁନା ଅଳଙ୍କାର ଓ ୨ କୁଇଣ୍ଟାଲ ଓଜନର ଚାନ୍ଦି ଅଳଙ୍କାରରେ ମହାମାୟୀ ଶୋଭାପାଉଛନ୍ତି । ସୁରକ୍ଷିତ ଶୃଙ୍ଖଳିତ ଦର୍ଶନ ପାଇଁ ୪୦ଟି ସିସିଟିଭି କ୍ୟାମେରା ଲାଗିଛି । ଦଶମୀ ତିଥିରେ ଦହିପଖାଳ ଭୋଗ ଲାଗିହେବ । ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ୫ ଦିନ ନାମୀଦାମୀ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ପାରମ୍ପରିକ ବାଦ୍ୟ ସହ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବାର ଯୋଜନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.