ପବିତ୍ର ମହାଳୟା: ପିତୃପୁରୁଷ ଓ ଶହୀଦଙ୍କୁ ସାମୂହିକ ପିଣ୍ଡଦାନ

By ETV Bharat Odisha Team

Published : Oct 14, 2023, 8:58 PM IST

thumbnail

ଭବାନୀପାଟଣା: ଆଜି ପବିତ୍ର ମହାଳୟା । ଏହି ଦିନ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଲାଗି ପିଣ୍ଡଦାନ କରାଯାଏ । କଳାହାଣ୍ଡି ଜିଲ୍ଲାର ବ୍ରାହ୍ମଣ ସମାଜ ପକ୍ଷରୁ ପିତୃପୁରୁଷଙ୍କ ସମେତ ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭବାନୀପାଟଣା ସହର ନିକଟ ଅଟାଙ୍ଗଗୁଡା ନାଳ ଠାରେ ସାମୂହିକ ତିଳତର୍ପଣ ଦାନ କରାଯାଇଛି ।

ଏହା ବି ପଢନ୍ତୁ...ପବିତ୍ର ମହାଳୟା: ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିଜନ

ଏହାସହ ଆଜି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଅଧିବାସ କର୍ମ ହେବା ସହ ଆସନ୍ତାକାଲି ଠାରୁ ନବରାତ୍ର ପୂଜା ଆରମ୍ଭ ହେବ  । ଯାହାକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମା' ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହେବାକୁ ଥିବାବେଳେ, ଆଜିଠାରୁ ବିଭିନ୍ନ ଶକ୍ତି ପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଶ୍ବିନ କୃଷ୍ଣପକ୍ଷ ବା ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଇଥାଏ ।  

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.