ETV Bharat / state

ପବିତ୍ର ମହାଳୟା: ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିଜନ

author img

By ETV Bharat Odisha Team

Published : Oct 14, 2023, 6:17 PM IST

ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିଜନ । ମାଆ ବିରଜାଙ୍କ ମନ୍ଦିରରେ ଲାଗିଲା ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ

Etv Bharatପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିଜନ
ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିଜନ

ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିଜନ

ଯାଜପୁର: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛିି । ଦୁରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।


ତେବେ ମହାଳୟା ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ବିରଜା କ୍ଷେତ୍ରରେ ପରିଲଖିତ ହୋଇଛି । ବିରଜା ମନ୍ଦିରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ସକାଳୁ ସକାଳୁ ଜିଲ୍ଲା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରିବା ପାଇଁ ମା’ ବିରଜାଙ୍କୁ ଦର୍ଶନ କରିଛନ୍ତି ।

ଶ୍ରଦ୍ଧାଳୁ ଜୟନ୍ତ ପାଣିଗ୍ରାହୀ କହିଛନ୍ତି, ‘‘ଆଜି ପବିତ୍ର ମହାଳୟା । ଏହି ଶୁଭଦିନରେ ପିତୃପୁରୁଷଙ୍କ ଅମର ଆତ୍ମାର ସଦଗତି ଓ ଶାନ୍ତି ପାଇଁ ପିତୃ ପିଣ୍ଡଦାନ କରାଯାଏ । ମାନ୍ୟତା ଅନୁଯାୟୀ ନାଭିଗର୍ଭରେ ପିଣ୍ଡଦାନ କଲେ ପିତୃପୁରୁକ୍ଷ ମୋକ୍ଷ ପ୍ରତି କରିଥାନ୍ତି ।’’

ଏହା ମଧ୍ୟ ପଢନ୍ତୁ...ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସମଲେଶ୍ବରୀ

ସେବାୟତ ବୁବୁନା ପାଣି କହିଛନ୍ତି, ‘‘ପିତୃପୁରୁଷଙ୍କ ପିଣ୍ଡଦାନର ପରମ୍ପରା ରହି ଆସିଛି ଆବାହନକାଳରୁ । ବିଶେଷକରି ପିତୃପକ୍ଷ ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଠାରୁ ମହାଳୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ । କିନ୍ତୁ ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା’ ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି । ଆଜି ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା’ ବିରଜାଙ୍କ ମନ୍ଦିରରେ ଆରମ୍ଭ ହେଇଯାଇଛି ଷୋଡଶ ଉପଚାର ପୂଜା । ସେଥିପାଇଁ ପାଇଁ ମା’ଙ୍କ ମନ୍ଦିରରେ ଆରମ୍ଭ ହେଇଯାଇଛି ଭକ୍ତଙ୍କ ଭିଡ଼ । ଆସନ୍ତାକାଲି ମା’ଙ୍କ ମନ୍ଦିରରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ । ଏହା ପ୍ରତ୍ୟେକ ଦିନ ଜାରି ରହିବ । ମା’ଙ୍କ ଷୋଡଶ ଉପଚାର ତଥା ବିଭିନ୍ନ ବେଶରେ ନଗର ପରିକ୍ରମା କରିବେ ମା‘ । ଅଷ୍ଟମି ଓ ନବମୀ ପୂଜା ବିଧାନ ପରେ ମା’ ରତ୍ନ ସିଂହାସନରେ ବିରାଜିବେ । ’’

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.