Watch: ଶସ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିରାଟ ପ୍ରତିଛବି ପ୍ରସ୍ତୁତ କଲେ ସମାଜସେବୀ

By ETV Bharat Odisha Team

Published : Sep 16, 2023, 11:49 AM IST

thumbnail

ମୁମ୍ବାଇ: ଆସନ୍ତାକାଲି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୨ ବର୍ଷର ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ । ତାଙ୍କର ଜନ୍ମଦିନ ଅବସରରେ ପୁଣେର ଜଣେ ସମାଜସେବୀ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟରେ ଏକ ବିରାଟ ପ୍ରତିଛବି ପ୍ରସ୍ତୁତ କରିଛନ୍ତି । ଗହମ, ତିନି ପ୍ରକାରର ତେଲ ମଞ୍ଜି, ସୋରିଷ, ମୁଗ ପ୍ରଭୃତି ଶସ୍ୟରୁ ଏହି ଆକର୍ଷଣୀୟ ପ୍ରତିଛବି ପ୍ରସ୍ତୁତ ହୋଇଛି । ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ନାମ ରାଜେନ୍ଦ୍ର ତାରଭାଡେ । ଏଥିପାଇଁ ତାଙ୍କୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା  । ଶୁକ୍ରବାର ଦିନ ରାଜେନ୍ଦ୍ର ପୁଣେ ସ୍ଥିତ କାଳିକା ମାତା ମନ୍ଦିରରେ ଶସ୍ୟ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି ଉନ୍ମୋଚନ କରିଛନ୍ତି । ଯାହାକୁ ଦେଖିବାକୁ ମନ୍ଦିରରେ ଲୋକମାନେ ପ୍ରବଳ ଭିଡ ଜମାଇବା ସହି ଖୁବ୍ ପ୍ରଶଂସା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସମାଜସେବୀ ନିଜର ଏହି କଳାକୃତି ଜରିଆରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ଦେଖନ୍ତୁ ଭିଡିଓ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.