Navratri 2023: ଷୋଡଶୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By ETV Bharat Odisha Team

Published : Oct 16, 2023, 8:18 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋହଳ ଦିନାତ୍ମକ ବେଶ। କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ଷୋଡ଼ଶୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡ଼ିଥିଲେ । ତେବେ ମା' କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାନଙ୍କର ଖଚାଖଚ ଭିଡ଼ ହୋଇଥିଲା । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି ।  

ଏହା ବି ଦେଖନ୍ତୁ- Navratri 2023: ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଧୂପ ଦୀପ ଆଳତୀରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମନ୍ଦିର । ମନ୍ଦିର ପରିସରରେ ଲାଗିଛି ଭକ୍ତଙ୍କ ଭିଡ଼ । ଗତକାଲିଠୁ ନବରାତ୍ର ପୂଜା ଆରମ୍ଭ ହେଉଥିବାରୁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଉଛନ୍ତି ଭକ୍ତ । ଘଣ୍ଟ ଘଣ୍ଟିର ନାଦରେ କମ୍ପୁଛି ମନ୍ଦିର ପରିସର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ମା'ଙ୍କ ଦର୍ଶନ କରିଛନ୍ତି । ଏହି ପବିତ୍ର ବେଶ ସମୂହ ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇ ମା'ଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଶେଷ ଦିନରେ ମାଆ ମହିଷା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.