World Cup 2023: ଭାରତ ବନାମ ଶ୍ରୀଲଙ୍କା, କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

By ETV Bharat Odisha Team

Published : Nov 2, 2023, 3:34 PM IST

thumbnail

ରାଉରକେଲା: 2023 କ୍ରିକେଟ ବିଶ୍ୱକପରେ ଭାରତର ଚମତ୍କାର ପ୍ରଦର୍ଶନ ସହ ଦମଦାର ବିଜୟର ଅଭିଯାନ ଜାରି ରହିଛି । ତେବେ ବିଶ୍ୱକପରେ ବର୍ତ୍ତମାନ ଭାରତ ଏକ ଦୃଢ଼ ସ୍ଥିତିରେ ଥିବା ବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ଭାରତ ପୁଣି ଆଜି କରିବ ଚେଷ୍ଟା । ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ହେବ ଏହି ହାଇଭୋଲ୍ଟେଜ ମ୍ୟାଚ । ଏହା ମ୍ୟାଚକୁ ନେଇ ରାଉରକେଲା ସହରର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ତେବେ ଦୁଇ ଦଳ ହେଉଛନ୍ତି ପୂର୍ବ ବିଶ୍ୱ ବିଜେତା । ଦୁଇ ଦଳ ମଧ୍ୟରେ ପୂର୍ବରୁ ହୋଇଥିବା 2011 ବିଶ୍ୱକପ ଫାଇନାଲରେ ଭାରତ ବାଜିମାରିି ନେଇଥିଲା ।  

ତେବେ ସବୁ ମ୍ୟାଚ ଭଳି ଏହି ମ୍ୟାଚ ମଧ୍ୟ ଭାରତୀୟ ଦଳ ନିଶ୍ଚିତ ବିଜୟ ଲାଭ କରିବ ଏବଂ ପଏଣ୍ଟ ଟେବୁଲରେ ପୁଣି ଟପକୁ ଫେରିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଦୁଇ ଦଳ କେହି କାହାଠାରୁ କମ୍ ନୁହନ୍ତି । ଶ୍ରୀଲଙ୍କା ଟିମର ଏଥର ବିଶ୍ୱକପରେ ଭଲ ପ୍ରଦର୍ଶନ କରିନଥିବା ବେଳେ ଭାରତକୁ ଏକ କଡା ଟକ୍କର ଦେବା ଭଳି ଖେଳାଳି ରହିଛି ଶ୍ରୀଲଙ୍କା ଦଳରେ । ଶ୍ରୀଲଙ୍କା ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ଥିଲେ ମଧ୍ୟ ଶ୍ରୀଲଙ୍କାକୁ ହାଲୁକାରେ ନେବାକୁ ଜମା ଭୁଲ କରିବ ନାହିଁ ଟିମ ଇଣ୍ଡିଆ । ତେବେ ଆଜି ବିଜୟୀ ହୋଇ ସେମି ଫାଇନାଲରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରିବ ରୋହିତ ବାହିନୀ । ଆଜିର ମ୍ୟାଚରେ କିଏ ପଡିବ କାହା ଉପରେ ଭାରି ତାହା ଦେଖିବା ବାକି ରହିଲା । ତେବେ ଭାରତୀୟ ଦଳ ଆଜି ବ୍ୟାଟିଂ ନେଲେ 320ରୁ ଅଧିକ ସ୍କୋର କରିବାକୁ ପଡିବ ଏହା ସହ ବୋଲିଂରେ ଶ୍ରୀଲଙ୍କାକୁ ଯେତେ କମ୍ ସ୍କୋରରେ ଅଟକାଇବାକୁ ପଡିବ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.