ETV Bharat / sports

World Cup 2023: ମଉଳିନି ସେମି ଆଶା, ଏବେ ବି ରେସ୍‌ରେ ପାକିସ୍ତାନ ସମେତ 9 ଟିମ୍

author img

By ETV Bharat Odisha Team

Published : Nov 2, 2023, 2:01 PM IST

ଆଇସିସି କ୍ରିକେଟ ବିଶ୍ବକପ 2023ରେ ସେମି ଫାଇନାଲରେ ପହଞ୍ଚିବା ନେଇ ଲଢେଇରେ ରୋମାଞ୍ଚ ହୋଇଛି । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଭାରତ ସେମିଫାଇନାଲରେ ପହଞ୍ଚିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି । କିନ୍ତୁ 10ମ ସ୍ଥାନରେ ଥିବା ଇଂଲଣ୍ଡ ମଧ୍ୟ ସେମି ଫାଇନାଲ ରେସରେ ରହିଛି । କେବଳ ବାଂଲାଦେଶ ଏବେ ପ୍ରତିଯୋଗିତାରୁ ବାହାରିଛି । ତେବେ ବାଂଲାଦେଶକୁ ଛାଡି ବାକି ଦଳର ସେମି ଫାଇନାଲ ରେସରେ ଆଶା ଉଜ୍ଜୀବିତ ରହିଛି । ଜାଣନ୍ତୁ କିପରି

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: କ୍ରିକେଟ ବିଶ୍ବକପ 2023ରେ ନକଆଉଟ ପର୍ଯ୍ୟାୟରେ ସ୍ଥାନ ହାସଲ ପାଇଁ ଲଢେଇ ଜୋରଦାର ହୋଇଛି । 12 ପଏଣ୍ଟ ପାଇଁ ଦକ୍ଷିଣ ଆଫ୍ରିକା ଓ ଭାରତ ସେମିଫାଇନାଲ ଖେଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଲଗାତାର 6ଟି ମ୍ୟାଚ ଜିତି ଭାରତ ସେମିଫାଇନାଲ ଖେଳିବା ନେଇ ଭଲ ସ୍ଥିତିରେ ରହିଛି । ଭାରତ ସମେତ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଏବେ ଶ୍ରେଷ୍ଠ 4ରେ ରହିଛନ୍ତି । କେବେଳ ବାଂଲାଦେଶ ଏହି ପ୍ରତିଯୋଗିତାରୁ ବାଦ ପଡ଼ିଛି । ହେଲେ ପାକିସ୍ତାନର ସେମି ଆଶା ଏବେ ବି ଉଜ୍ଜୀବିତ ରହିଛି । ଏବେ 14ଟି ଲିଗ୍‌ ମ୍ୟାଚ୍‌ ବାକି ରହିଛି । ତେବେ କେବେଳ ବାଂଲାଦେଶକୁ ଛାଡ଼ି ବାକି 9 ଦଳ କିପରି ସେମିଫାଇନାଲ ରେସରେ ରହିଛନ୍ତି କଣ କହୁଛି ସମୀକରଣ ଜାଣନ୍ତୁ ।

  • " class="align-text-top noRightClick twitterSection" data="">

1. ଭାରତ
ବିଜୟ: 6
ପରାଜୟ: 0
ରେନ ରେଟ: +1.405
ବଳକା ମ୍ୟାଚ: ଶ୍ରୀଲଙ୍କା(2 ନଭେମ୍ବର), ଦକ୍ଷିଣ ଆଫ୍ରିକା (5 ଶ୍ରୀଲଙ୍କା), ନେଦରଲାଣ୍ଡସ (12 ଶ୍ରୀଲଙ୍କା)

ସେମିଫାଇନାଲ ସମୀକରଣ: ଭାରତ 12 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ସେମି ଫାଇନାଲ ନେଇ ଭାରତ ପାଖରେ 99.99% ସୁଯୋଗ ରହିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତିଲେ ଭାରତ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିବ । ଶ୍ରୀଲଙ୍କା ସେମି ଫାଇନାଲ ଦୌଡରୁ ବାଦ ପଡିଯିବ ।

2. ଦକ୍ଷିଣ ଆଫ୍ରିକା
ବିଜୟ: 5
ପରାଜୟ: 1
ରେନରେଟ: +2.032
ବଳକା ମ୍ୟାଚ: ନ୍ୟୁଜିଲାଣ୍ଡ (1 ନଭେମ୍ବର), ଭାରତ (5 ନଭେମ୍ବର), ଆଫଗାନିସ୍ତାନ (10 ନଭେମ୍ବର)

ସେମିଫାଇନାଲ ସମୀକରଣ: 12 ପଏଣ୍ଟ ସହ ଟେବୁଲ ଟପରେ ରହିଛି ଦକ୍ଷିଣ ଆଫ୍ରିକା । ଦଳ ପାଖରେ ସେମି ଫାଇନାଲରେ ପ୍ରବେଶ କରିବାକୁ 99.98% ସୁଯୋଗ ରହିଛି ।

3. ନ୍ୟୁଜିଲାଣ୍ଡ
ବିଜୟ: 4
ପରାଜୟ: 2
ରନରେଟ: +1.232
ବଳକା ମ୍ୟାଚ: ଦକ୍ଷିଣ ଆଫ୍ରିକା (1 ନଭେମ୍ବର), ପାକିସ୍ତାନ(4 ନଭେମ୍ବର), ଶ୍ରୀଲଙ୍କା (9 ନଭେମ୍ବର)

ସେମିଫାଇନାଲ ସମୀକରଣ: ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ଦଳକୁ ଶେଷ 2ଟି ମ୍ୟାଚରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଭେଟିବ । ଗୋଟିଏ ମ୍ୟାଚ ଜିତିଲେ ଦଳର ପଏଣ୍ଟ 10ରେ ପହଞ୍ଚିବ । ସେମିଫାଇନାଲ ଗୋଟିଏ ସ୍ଥାନକୁ ନେଇ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ଟକ୍କର ହେବ ।

4. ଅଷ୍ଟ୍ରେଲିଆ
ବିଜୟ: 4
ପରାଜୟ: 2
ରନରେଟ: +0.970
ବଳକା ମ୍ୟାଚ: ଇଂଲଣ୍ଡ (4 ନଭେମ୍ବର), ଆଫଗାନିସ୍ତାନ (7 ନଭେମ୍ବର), ବାଂଲାଦେଶ (11 ନଭେମ୍ବର)

ସେମିଫାଇନାଲ ସମୀକରଣ: ଅଷ୍ଟ୍ରେଲିଆ ପଏଣ୍ଟ ତାଲିକା ତୃତୀୟ ସ୍ଥାନରେ ରହିଛି । ଦଳ ନିକଟରେ 75% ସେମି ସୁଯୋଗ ରହିଛି । ଦଳକୁ ତାର ବଳକା ମ୍ୟାଚରେ ବାଜିମାତ କରିବାକୁ ହେବ ।

5. ପାକିସ୍ତାନ
ବିଜୟ: 3
ପରାଜୟ: 4
ରନରେଟ: -0.024
ବଳକା ମ୍ୟାଚ: ନ୍ୟୁଜିଲାଣ୍ଡ (4 ନଭେମ୍ବର), ଇଂଲଣ୍ଡ (11 ନଭେମ୍ବର)

ପାକିସ୍ତାନ ଆଶା ମଉଳି ନାହିଁ: ପାକିସ୍ତାନ ମୋଟ 7ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛି । ଏବେ ବି ଦଳର ସେମି ଆଶା ମଉଳି ନାହିଁ । ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚିବାକୁ ହେଲେ ଶେଷ 2 ମ୍ୟାଚ୍‌ରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ହରାଇବାକୁ ହେବ । ଗୋଟିଏ ମ୍ୟାଚ୍‌ ହାରିଲେ ଦଳର ସେମି ଆଶା ଧୂଳିସାତ ହୋଇଯିବ । ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ରେ ଭାରତ ବିଜୟ ହେଲେ ପାକିସ୍ତାନକୁ ଫାଇଦା ମିଳିବ ।

6. ଆଫଗାନିସ୍ତାନ
ବିଜୟ: 3
ପରାଜୟ: 3
ରନରେଟ: -0.718
ବଳକା ମ୍ୟାଚ: ନେଦରଲାଣ୍ଡସ (3 ନଭେମ୍ବର), ଅଷ୍ଟ୍ରେଲିଆ (7ନଭେମ୍ବର), ଦକ୍ଷିଣ ଆଫ୍ରିକା (10 ନଭେମ୍ବର)

ଆଫଗାନିସ୍ତାନ 6ଟି ମ୍ୟାଚ ଜିତି 6 ପଏଣ୍ଟ ହାସଲ କରିଛି । ଶେଷ 3ଟି ମ୍ୟାଚରେ ଦଳ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଦଳକୁ ସେମି ଫାଇନାଲ ରେସରେ ରହିବାକୁ ହେଲେ ଏହି ସମସ୍ତ ମ୍ୟାଚ ଜିତିବାକୁ ହେବ ।

7. ଶ୍ରୀଲଙ୍କା
ବିଜୟ: 2
ପରାଜୟ: 4
ରନରେଟ: -0.275
ବଳକା ମ୍ଯାଚ: ଭାରତ (2 ନଭେମ୍ବର), ବାଂଲାଦେଶ (6 ନଭେମ୍ବର), ନ୍ୟୁଜିଲାଣ୍ଡ(9 ନଭେମ୍ବର)

ସେମି ଟିକେଟ ନେଇ ଶ୍ରୀଲଙ୍କାର ସମୀକରଣ:

2ଟି ମ୍ୟାଚ ଜିିତିଥିବା ଶ୍ରୀଲଙ୍କାକୁ ତାର ବଳକା 3ଟି ମ୍ୟାଚ ଜିତିବାକୁ ହେବ । ନ୍ୟୁଜିଲାଣ୍ଡ କିମ୍ବା ଅଷ୍ଟ୍ରେଲିଆକୁ ଅତିକମରେ ତାର ଶେଷ 2ଟି ମ୍ୟାଚ ହାରିବାକୁ ହେବ ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ସେମିରୁ ଗୋଟିଏ ପାଦ ଦୂରରେ ରୋହିତ ସେନା

8. ନେଦରଲାଣ୍ଡସ
ବିଜୟ: 2
ପରାସ୍ତ: 4
ରନ ରେଟ: -1.277
ବଳକା ମ୍ୟାଚ: ଆଫଗାନିସ୍ତାନ (3 ନଭେମ୍ବର), ଇଂଲଣ୍ଡ (8 ନଭେମ୍ବର), ଭାରତ (12 ନଭେମ୍ବର)

ସେମି ଟିକେଟ ନେଇ ନେଦରଲାଣ୍ଡସର ସମୀକରଣ: ନେଦରଲାଣ୍ଡସ 2ଟି ମ୍ୟାଚ ଜିତିଛି । ମାତ୍ର ବାକି ଥିବା ଶେଷ 3ଟି ମ୍ୟାଚ ଦଳକୁ ଜିତି 10 ପଏଣ୍ଟ ହାସଲ କରିବାକୁ ହେବ । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ କିମ୍ବା ଅନ୍ୟ ଦଳ ସମାନ ଅଙ୍କରେ ସମାପ୍ତ ହେବାକୁ ଥିବା କୌଣସି ଦଳ ଆଗକୁ ବଢିବାକୁ ହେଲେ ରନ ରେଟରେ ସୁଧାର ଆଣିବାକୁ ହେବ । ନ୍ୟୁଜିଲାଣ୍ଡ କିମ୍ବା ଅଷ୍ଟ୍ରେଲିଆକୁ ତାର 3 ମ୍ୟାଚରୁ ଅତିକମରେ 2ଟି ମ୍ୟାଚ ହାରିବାକୁ ହେବ ।

9. ବାଂଲାଦେଶ
ବିଜୟ: 1
ପରାଜୟ: 6
ରନ ରେଟ: -1.446
ବଳକା ମ୍ୟାଚ: ଶ୍ରୀଲଙ୍କା (6 ନଭେମ୍ବର), ଅଷ୍ଟ୍ରେଲିଆ (11 ନଭେମ୍ବର)

  • ବାଂଲାଦେଶ ଦଳ ନକଆଉଟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିପାରିବ ନାହିଁ । ପାକିସ୍ତାନ ବିପକ୍ଷରେ ପରାସ୍ତ ହେବା ପରେ ବାଂଲାଦେଶ ସେମି ଫାଇନାଲ ରେସରୁ ବାଦ ପଡିଛି ।

10. ଇଂଲଣ୍ଡ
ବିଜୟ: 1
ପରାଜୟ: 5
ରନରେଟ: -1.652
ବଳକା ମ୍ୟାଚ: ଅଷ୍ଟ୍ରେଲିଆ(4 ନଭେମ୍ବର), ନେଦରଲାଣ୍ଡସ (8 ନଭେମ୍ବର), ପାକିସ୍ତାନ (11 ନଭେମ୍ବର)

ସେମି ଟିକେଟ ନେଇ ଇଂଲଣ୍ଡର ସମୀକରଣ: ଚଳିତ ବିଶ୍ବକପ ସଂସ୍କରଣରରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ 8 ପଏଣ୍ଟ ସହ ଶେଷ 3ଟି ମ୍ୟାଚ ଜିତିବାକୁ ହେବ । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଅଷ୍ଟମ ସ୍ଥାନରେ ଥିବା ଯେ କୌଣସି ଦଳ ଆଗକୁ ଯିବାରୁ ରନରେଟ ବଢାଇବାକୁ ହେବ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସେମାନଙ୍କ ଶେଷ ସବୁ ମ୍ୟାଚ ହାରିଲେ ହିଁ ବାକି ଦଳ ପାଇଁ ବାଟ ଫିଟିବ । ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ନେଦରଲାଣ୍ଡସ ମଧ୍ୟରୁ କୌଣସି ଦଳ 10 ପଏଣ୍ଟ ହାସଲ ହାସଲ ନକରିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.