ETV Bharat / sports

World Cup 2023: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ସେମିରୁ ଗୋଟିଏ ପାଦ ଦୂରରେ ରୋହିତ ସେନା

author img

By ETV Bharat Odisha Team

Published : Nov 2, 2023, 10:47 AM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 33ତମ ଲିଗ୍‌ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡ଼େ ଷ୍ଚାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଅଧିକ ପଢ଼ନ୍ତୁ

World Cup 2023
Cricket World Cup 2023

ମୁମ୍ବାଇ: ସମାନ ସେହି ଦୁଇ ଦଳ । ସେହି ମୈଦାନ । ସେବେ ବିଶ୍ବକପ 2011 ଟାଇଟଲ ଲଢେଇ ଥିଲା ଆଉ ଏହା 2023 ଲିଗ୍‌ ମ୍ୟାଚ୍‌ ଲଢେଇ । 12 ବର୍ଷ ପରେ ୱାଙ୍ଖଡେ ଷ୍ଚାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇଦଳ । ଆଇସିସି ଦିନିକିଆ ବିଶ୍ବକପ କ୍ରିକେଟ 2023ର 13ତମ ସଂସ୍କରଣରେ ଆଜି 33ତମ ଲିଗ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । 2011 ବିଶ୍ବକପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ହରାଇ 28 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା । ଚଳିତ ସଂସ୍କରଣରେ ଭାରତ ତାର ସପ୍ତମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇବାକୁ ଲକ୍ଷ୍ୟ ରଖିଛି । ସେମି ଫାଇନାଲରୁ ଗୋଟିଏ ପାଦ ଦୂରରେ ଥିବା ରୋହିତ ସେନା ଶ୍ରୀଲଙ୍କା ବିପକ୍ଷ ବିଜୟସହ ସେମିରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ସେହିପରି ଶ୍ରୀଲଙ୍କା ପାଇଁ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳକୁ ସେମିରେ ପ୍ରବେଶ କରିବାକୁ ହେଲେ ଶେଷ 3ଟି ମ୍ୟାଚ୍‌ ଜିତିବାକୁ ହେବ । ତେଣୁ ଆଜି ଭାରତକୁ ହରାଇବା ପାଇଁ ସିଂହଳୀ ଦଳ ସବୁ ଶକ୍ତି ଖଟାଇବ ।

  • " class="align-text-top noRightClick twitterSection" data="">

ଭାରତ 6ଟି ମ୍ୟାଚ ଖେଳି ସବୁଥିରେ ବାଜି ମାରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ କେହି ବି ରୋହିତ ସେନାକୁ ଅଟକାଇ ପାରିନାହାନ୍ତି । 12 ପଏଣ୍ଟ ସହ ଦଳ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ଆଜି ଶ୍ରୀଲଙ୍କା ବିପକ୍ଷରେ ସପ୍ତମ ଲିଗ ମ୍ୟାଚ୍‌ ଖେଳିବ । 2011 ବିଶ୍ବକପ ଫାଇନାଲ ମ୍ୟାଚ୍‌ ପୁଣି ଥରେ ମନେପଡିଛି । ମହେନ୍ଦ୍ର ସିଂହ ଧୋନୀ ବିଶାଳ ବିଜୟୀ ଛକା ମାରି 28 ବର୍ଷ ପରେ ଭାରତକୁ ବିଶ୍ବକପ ଭେଟି ଦେଇଥିଲେ । ଆଜି 12 ବର୍ଷ ପରେ ପୁଣି ସେହି ୱାଙ୍ଖଡେ ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜି ଯଦି ଭାରତ ଜିତେ ତେବେ ସେମି ଫାଇନାଲ ଖେଳିବା ନିଶ୍ଚିନ୍ତ । ଚଳିତ ବର୍ଷର ଏସିଆ କପରେ ଭାରତ ଶ୍ରୀଲଙ୍କାକୁ ହରାଇ ଚମ୍ପିଆନ ହୋଇଥିଲା । ଆଜି ମଧ୍ୟ ଶ୍ରୀଲଙ୍କାକୁ ହରାଇ ସେମି ପଥ ପରଷ୍କାର କରିବ ରୋହିତ ସେନା । ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ରୋହିତ, ସୂର୍ଯ୍ୟକୁମାର ଓ ରାହୁଲଙ୍କୁ ଛାଡିଦେଲେ ଅନ୍ୟ କେହି ସଫଳ ହୋଇନଥିଲେ । ଭାରତ ବଡ ସ୍କୋର ମଧ୍ୟ କରିନଥିଲା । ମାତ୍ର ବୋଲିଂରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ବିପକ୍ଷ ତ୍ରୁଟିକୁ ସୁଧାରି ଦଳକୁ ଆଜି ମୈଦାନକୁ ଓହ୍ଲାଇବାକୁ ହେବ । ଶ୍ରେୟାସ ଆୟରଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି । ସେପଟେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଖେଳିବେ ନା ନାହିଁ ତାହା ନିଶ୍ଚିନ୍ତ ହୋଇନାହିଁ । ବୋଲିଂରେ ମହମ୍ମଦ ସାମି ପ୍ରତିପକ୍ଷଙ୍କ ପାଇଁ ଆତଙ୍କ ଖେଳାଇଛନ୍ତି ।

ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳ 6ଟି ମ୍ୟାଚରୁ 2ଟି ଜିତିଛି । ସେମି ଦୌଡରେ ରହିବାକୁ ହେଲେ ଦଳକୁ ଶେଷ 3ଟି ମ୍ୟାଚ୍‌ ଜିତିବାକୁ ହେବ । ତେଣୁ ଆଜି ଭାରତକୁ ହରାଇବା ପାଇଁ ସିଂହଳୀ ଦଳ ସବୁ ଶକ୍ତି ଖଟାଇବ । ସେପଟେ ଚଳିତ ଏସିଆ କପ୍‌ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି କୁଶାଲ ମେଣ୍ଡିସ ବାହିନୀ । ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କା ଆଜି ତାର ଶକ୍ତି ଓ ସମାର୍ଥ୍ୟର ପରୀକ୍ଷା ଦେବ ।

ଏହା ବି ପଢନ୍ତୁ..Watch: କେମିତି ଖେଳୁଛି ଟିମ୍ ଇଣ୍ଡିଆ ? SKY ବନିଲେ ରିପୋର୍ଟର, କ୍ରିକେଟ ଫ୍ୟାନ୍ସଙ୍କ ନେଲେ ଇଣ୍ଟରଭିୟୁ

ଏହା ବି ପଢନ୍ତୁ...World Cup 2023: ପ୍ରଦୂଷଣ ରୋକିବାକୁ BCCIର ବଡ ନିଷ୍ପତ୍ତି, ମୁମ୍ବାଇ-ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ

ପିଚ୍ ରିପୋର୍ଟ: ୱାଙ୍ଖଡେ ଷ୍ଟାଡିୟମ ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ । ନାଲି ମାଟିର ପିଚ୍ ଓ ଦ୍ରୁତ ଆଉଟ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ ହେବ । ଲିଗ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏଠାରେ 2ଟି ମ୍ୟାଚ ଖେଳି ସାରିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ 382 ରନ ସଂଗ୍ରହ କରିଥିଲା । ଆଜି ଏହି ପିଚରେ ବିଶାଳ ସ୍କୋର ଆଶା କରାଯାଉଛି । ଟସ୍ ବିଜୟୀ ଦଳ ପ୍ରଥଣେ ଫିଲ୍ଡିଂ ନିଷ୍ପତ୍ତି ନେବ ।

ଭାରତୀୟ ସମ୍ଭାବ୍ୟ ଦଳ: ରୋହତି ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ,ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ(ଅଧିନାୟକ), ସଦିରା ସମରବିକ୍ରମା, ଚରଥା ଆଶାଲଙ୍କା, ଆଞ୍ଜେଲୋ ମାଥ୍ୟୁସ, ଦୁନିଥ ୱେଲାଲଗେ/ଧନଞ୍ଜୟ ଡି ସିଲଭା, କାସୁନ ରଜିଥା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମୀରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.