Commando Web Series: ୧୧ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡ଼ିଆ ପୁଅ ପ୍ରେମ ପରିଜା

By

Published : Aug 12, 2023, 10:39 PM IST

thumbnail

ଭୁବନେଶ୍ବର: ହିନ୍ଦି ୱେବ ସିରିଜରେ ଓଡ଼ିଆ ପୁଅ । ୱେବ ସିରିଜ 'କମାଣ୍ଡୋ'ର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା । ଏହି ୱେବ
ସିରିଜଟି ଗତ ଶୁକ୍ରବାର hoststarରେ ରିଲିଜ ହୋଇଥିବା ବେଳେ ଆଜି ଓଡ଼ିଶା ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରେମ । ଓଡ଼ିଆ ଭାବେ ନିଜ ମାଟିକୁ ଆସି ସମସ୍ତଙ୍କ ଆଶୀର୍ବାଦ ନେବା ସହ ଭଲ ପାଇବା କାମନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ ସେ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି । 

ତେବେ ବଲିଉଡରେ ପାଦ ଦେବା ଏବଂ ଏହି ସଫଳତା ପାଇବା ବହୁତ ଟପ ଥିଲା ବୋଲି ପ୍ରେମ କହିଛନ୍ତି । ସାରା ଦେଶରୁ ୧୧ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ୱେବ ସିରିଜ 'କମାଣ୍ଡୋ'ର ମୁଖ୍ୟ ନାୟକ ଭାବେ ପ୍ରେମ ଚୟନ ହୋଇଥିଲେ । ବଲିଉଡର ବେଶ ପରିଚିତ ଭିପୁଲ ଶାହାଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇଁ ସେ ବେଶ ଗର୍ବିତ ଥିବା କହିଛନ୍ତି । କଣ ଥିଲା ତାଙ୍କ ସଫଳତାର ମନ୍ତ୍ର, ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା  ଦେବସ୍ମିତା ରାଉତ । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.