Hockey World Cup 2023: ଓଡିଶାରେ କେରଳର ସ୍ପୋର୍ଟସ କ୍ଲବ୍, କ୍ୱାର୍ଟରରେ ଭାରତକୁ ମିସ୍ କଲେ ଫ୍ୟାନ୍ସ

By

Published : Jan 24, 2023, 10:58 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ହକି ବିଶ୍ବକପ ପାଇଁ କେରଳରୁ ହକି ପ୍ରେମୀ ଓଡିଶା ପହଁଞ୍ଚିଥିଲେ  । କେରଳରୁ ଆସିଥିବା ଏହି ହକି ପ୍ରେମୀ କହିଛନ୍ତି ଟିମ ଇଣ୍ଡିଆକୁ ସେମାନେ କ୍ବାର୍ଟର ଫାଇନାଲରେ ଦେଖିବାକୁ ଆଶା ରଖିଥିଲେ  । ହେଲେ ସେମାନଙ୍କ ଆଶା ଆଶାରେ ରହିଯାଇଛି  । କ୍ରସଓଭର ମ୍ୟାଚରୁ ଭାରତ ବିଦା ହେବା ପରେ ଏହା ସମସ୍ତ ହକି ପ୍ରେମୀଙ୍କୁ ନିରାଶ କରିଛି  । ଜାରି ରହିଛି ହକି କ୍ରେଜ । ହକି ବିଶ୍ବକପ ୨୦୨୩ ପାଇଁ ଓଡିଶାକୁ ଛୁଟିଛି ବିଶ୍ବର କୋଣଅନୁକୋଣରେ ଥିବା ହକି ପ୍ରେମୀଙ୍କ ସୁଅ  । ଏନେଇ ଆୟୋଜକ ଓଡ଼ିଶାରେ ବିଭିନ୍ନ ବିଦେଶୀ ଖେଳାଳି ପହଁଞ୍ଚିଛନ୍ତି  । ଏହା ସହିତ ବିଭିନ୍ନ ଦେଶର ଖେଳାଳିଙ୍କ ପରିବାର ଏବଂ ପ୍ରଶଂସକଙ୍କ ଓଡିଶାକୁ ସୁଅ ଛୁଟିଛି । ନିଜ ନିଜର ଦଳକୁ ଉତ୍ସାହିତ କରିବା ସହିତ ଚିୟର ଅପ ପାଇଁ ଷ୍ଟାଡିୟମରେ ଭିଡ଼ ଜମାଇଛନ୍ତି  । କିଏ ନିଜ ପସନ୍ଦର ଖେଳାଳିଙ୍କୁ ଚିୟର ଅପ କରୁଥିବା ନଜର ଆସୁଛି ତ ଆଉ କିଏ ପଡ଼ିଆରେ ଖେଳୁଥିବା ନିଜ ସନ୍ତାନକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛି  । ହେଲେ ବିଶ୍ବକପରୁ ଭାରତ କ୍ରସଓଭରରୁ ବିଦା ହେବା ଘଟଣା ଭାରତୀୟ ସମସ୍ତ ହକି ପ୍ରେମୀଙ୍କୁ ବ୍ୟାଘାତ କରିଛି  ।  

ତେବେ କେରଳରୁ ଆସିଥିବା ୧୪ଜଣ ହକି ଫ୍ୟାନ ନିଜର ହକି ପ୍ରତି ଥିବା ଭାବନାକୁ ବାଣ୍ଟିଛନ୍ତି । ସେମାନେ UTSC କ୍ଲବର ମେମ୍ବର । UTSCଏକ ସ୍ପର୍ଟସ କ୍ଲବ । ଯାହା ହକି ଏବଂ ଅନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଏପରିକି ଏହି କ୍ଲବର ଖେଳାଳି ଦୁବାଇ, ମାସ୍କଟ, ୟୁଏଇରେ ମଧ୍ୟ ଖେଳିଛନ୍ତି । କେରଳର ଏହି ହକି ପ୍ରେମୀ କହିଛନ୍ତି, "ଏଥର ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ଖେଳିବାର ଆଶା କରିଥିଲୁ । ଭାରତ କ୍ରସ ଓଭର ମ୍ୟାଚରୁ ବିଦା ହେବା ପରେ ନିରାଶ ହେଲୁ  । ତଥାପି ଭାରତ ଏକ ଶକ୍ତିଶାଳୀ ଟିମ । ପୁଣି ଟ୍ରାକକୁ ଫେରିବ । ବିଶେଷ କରି ଓଡିଶାରେ ହକି ଆୟୋଜନକୁ ବେଶ ଉଚ୍ଚକୋଟୀରେ ହୋଇଛି  । ହକିକୁ ସଠିକ ସମୟରେ ହକିକୁ ସଠିକ ସମୟରେ ସରକାରଙ୍କ ପକ୍ଷରୁ ପ୍ରତ୍ସାହନ ମିଳିଛି ।"  

ଟିମ ଇଣ୍ଡିଆର ୪୮ ବର୍ଷର ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏହି ପରାଜୟ ପରେ ଟିମ ଇଣ୍ଡିଆର ହକି ବିଶ୍ବକପ ୨୦୨୩ ଅଭିଯାନ ଶେଷ ହୋଇଛି । ପନେଲ୍ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡଠଆରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ଭାରତୀୟ ହକି ପ୍ରେମୀ । ପନେଲ୍ଟି ସୁଟ୍ ଆଉଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୫-୪ ଗୋଲରେ ପରାସ୍ତ ହେବାପରେ ହକି ପ୍ରେମୀଙ୍କୁ ଏହି ଘଟଣା ନିରାଶ କରିଛି ।

ଇଟିଭି ଭାରତ, ଭୁବନେଶ୍ୱର   

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.