Kalahandi Traditional Dance: ଗାନ୍ଧୀମାର୍ଗରେ ମନକିଣିଲା କଳାହାଣ୍ଡିର ଘୁମରା ନୃତ୍ୟ

By

Published : Jan 26, 2023, 10:45 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ବଜାସାଲ, ସିଙ୍ଘାରୀ ସହିତ ଘୁମରା ନୃତ୍ୟ ପରିବେଷଣ ହୋଇଛି । କଳାହାଣ୍ଡି ପ୍ରତିଭା ଅନୁଷ୍ଠାନର ଶିଳ୍ପୀମାନେ ଗାନ୍ଧୀମାର୍ଗରେ ଏହି ନୃତ୍ୟ ପରିବେଷଣ କରିଛନ୍ତି । ଏହି ନୃତ୍ୟକଳା କଳାହାଣ୍ଡି ଜିଲ୍ଲାରେ ବେଶ ଲୋକପ୍ରିୟ ହୋଇଥିବା ବେଳେ ନୃତ୍ୟ ଶିଳ୍ପୀମାନେ ପାରମ୍ପରିକ ବେଶଭୂଷା ସହିତ ଏହି ନୃତ୍ୟକଳା ପ୍ରଦର୍ଶନ କରିଛନ୍ତି ।  ରାଜଧାନୀର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଏପରି ଚମତ୍କାର ନୃତ୍ୟ ପରିବେଷଣ କରିଛନ୍ତି କଳାହାଣ୍ଡିର ନୃତ୍ୟଶିଳ୍ପୀ । ଆମ ରାଜ୍ୟରେ ବିଭିନ୍ନ ଜନଜାତି ସେମାନଙ୍କ ସାଂସ୍କୃତିକ ଗାରିମାକୁ ପ୍ରକାଶ କରିବା ଲାଗି ଏହି ସମାରୋହରେ ଅଂଶଗ୍ରହଣ କରିଛନ୍ତି ।  

ନୃତ୍ୟଶିଳ୍ପୀମାନେ ପାରମ୍ପରିକ ବେଶଭୂଷାରେ ଆନନ୍ଦର ସହିତ ନୃତ୍ୟ ପରିବେଷଣ କରିଛନ୍ତି । ଏହି ନୃତ୍ୟକଳା ପ୍ରଦର୍ଶନକୁ ମଞ୍ଚସ୍ଥ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନନୀୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଉପଭୋଗ କରିଛନ୍ତି । କଳାକାରମାନେ ନୃତ୍ୟ ପରିବେଷଣ କରି ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅଧିକ ଗରିମାମୟ କରିବା ସହ ରସ ଭରି ଦେଇଛନ୍ତି । ଏହି ନୃତ୍ୟକଳା ପରିବେଷଣକୁ ଦର୍ଶକମାନେ ବେଶ ଆନନ୍ଦର ସହିତ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.