ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ

By ETV Bharat Odisha Team

Published : Dec 27, 2023, 2:19 PM IST

thumbnail

Srimandira Parikrama Project : 

ଯାଜପୁର: ଆସନ୍ତା ୧୭ ତାରିଖରେ ହେବ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ  । ଏନେଇ  ଦେଶର ବିଭିନ୍ନ ମନ୍ଦିରମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନୀ ପାଇଁ ନିମନ୍ତ୍ରଣ କରାଯାଇଛି ।  ତେବେ ଯାଜପୁରର କ୍ଷେତ୍ରେଶ୍ୱରୀ ମା' ବିରଜା, ଛତିଆ ମହାପ୍ରଭୁ ମନ୍ଦିରର ମୁଖ୍ୟ ପୂଜକ ଏବଂ ବରାହ ପୀଠର ମୁଖ୍ୟ ପୂଜକଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ହୋଇଛି। ତେବେ ନିମନ୍ତ୍ରଣ ପତ୍ର ନେଇ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ନୃତ୍ୟ, ସଂକୀର୍ତ୍ତନ, ଓଡ଼ିଶୀ ନୃତ୍ୟ,ବାଜା ଓ ବାଣରେ ସ୍ୱାଗତ କରାଯାଇଥିଲା । ଯାଜପୁର ବିରଜା ମନ୍ଦିର ସେବାୟତ ସମିତି ସଭାପତି ଦେବୀ ପ୍ରସାଦ ପାଣି ସେବାୟତଙ୍କ ସହ ସମସ୍ତ ପୂଜକ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର ସାମଲ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ପରେ ବରାହ ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରଯାଇଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.