ରାଉରକେଲାରେ ମହାମାୟାଙ୍କୁ ମେଲାଣୀ

By ETV Bharat Odisha Team

Published : Oct 25, 2023, 12:21 PM IST

thumbnail

ରାଉରକେଲା: ରାଉରକେଲା ସେକ୍ଟର ୨୦ରେ INS ମହେନ୍ଦ୍ରଗିରି ଏବଂ ଚନ୍ଦ୍ରୟାନର ସଫଳତା ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ହୋଇଥିବା ଦୁର୍ଗା ମଣ୍ଡପରେ ମା'ଙ୍କ ଘଟ ବିସର୍ଜନ ହୋଇଛି । ଯୁଦ୍ଧ ସୁରକ୍ଷା ସହ ବିଜ୍ଞାନର ମିଶ୍ରଣରେ ନିର୍ମିତ ହୋଇଥିବା ଏହି ପେଣ୍ଡାଲକୁ ଦେଖିବା ପାଇଁ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଓଡ଼ିଶାର ସର୍ବୋଚ୍ଚ ପର୍ବତ ମହେନ୍ଦ୍ରଗିରି ନାମରେ ନାମିତ ହୋଇଥିବା ଆଇଏନସ ମହେନ୍ଦ୍ରଗିରି ଯୁଦ୍ଧପୋତ ଏହି ପେଣ୍ଡାଲର ମୁଖ୍ୟ ଆକର୍ଷଣ ସାଜିଥିଲା ।

ତେବେ ରାଉରକେଲା ଇସ୍ପାତ କାରଖାନାର ସ୍ପେସିଆଲ ପ୍ଲେଟ୍‌ ପ୍ଲାଣ୍ଟ ଦ୍ଵାରା ପ୍ରସ୍ତୁତ ୨୮ ହଜାର ଟନ୍ ସ୍ଵତନ୍ତ୍ର ଉତ୍ପାଦିତ ପ୍ଲେଟ୍‌ ଭାରତୀୟ ନୌବାହିନୀକୁ INS ମହେନ୍ଦ୍ରଗିରି ପ୍ରସ୍ତୁତ କରିବାକୁ ଯୋଗାଇ ଦିଆ ଯାଇଥିଲା । ଯାହା ରାଉରକେଲା ସହରବାସୀଙ୍କ ପାଇଁ ଗର୍ବର ବିଷୟ । ଏହିଭଳି ଏକ ଗୌରବମୟ ଅଧ୍ୟାୟକୁ ମନେ ରଖିବାକୁ  ଆଇଏନ୍ଏସ୍ ମହେନ୍ଦ୍ରଗିରି ପେଣ୍ଡାଲ କରାଯାଇଥିବା ପୂଜା କମିଟି ତରଫରୁ କୁହାଯାଇଛି । ତେବେ ଏହି ତୋରଣ ପାଖାପାଖି ୭୦ ଫୁଟ ଉଚ୍ଚ ଏବଂ ୧୪୦ ଫୁଟ ଲମ୍ବର ହୋଇଥିଲା । 

ଏହାମଧ୍ୟ ପଢନ୍ତୁ..ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା

ତେବେ ଏହି ପେଣ୍ଡାଲର ଆଉ ଏକ ମୁଖ୍ୟ ଆକର୍ଷଣ ସାଜିଥିଲା ଚନ୍ଦ୍ରଯାନ । ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ଏବଂ ଲ୍ୟାଣ୍ଡିଂକୁ ଏଥିରେ ଦର୍ଶା ଯାଇଥିଲା । ଆଉମଧ୍ୟ ମିଶାଇଲ ମ୍ୟାନ୍ ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ସହିତ ଚନ୍ଦ୍ରାୟନ-୩ରେ କାର୍ଯ୍ୟରତ ୬ ଜଣ ଓଡିଆ ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତି ଏବଂ ଚନ୍ଦ୍ରଯାନ-2 ଓ ଚନ୍ଦ୍ରଯାନ-1ର ସମସ୍ତ ମୁଖ୍ୟ ଲୋକଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି । 

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.