Hockey World Cup 2023: FIH ମାନ୍ୟତା ପାଇଁ ଲଢିବ ଭାରତ, ପୁରୁଣା ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ

By

Published : Jan 26, 2023, 5:59 PM IST

Updated : Feb 3, 2023, 8:39 PM IST

thumbnail

ରାଉରକେଲା : ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ହକି ବିଶ୍ବକପ ୨୦୨୩ । ଆଜି ରାଉରକେଲାରେ ଜାପାନ ବିପକ୍ଷରେ ଖେଳିବ ଭାରତୀୟ ହକି ଦଳ । ଏହି ପଜିସିନିଂ ମ୍ୟାଚରେ ଭାରତ ନିଜ ସମ୍ମାନ ରକ୍ଷା ପାଇଁ ଜାପାନ ବିପକ୍ଷରେ କଡା ଟକ୍କର ଦେବ । ପୁରଣା ତ୍ରୁଟିକୁ ସୁଧାରି ଟିମ ଇଣ୍ଡିଆ ଆଜି ମଇଦାନକୁ ଓହ୍ଲାଇବ । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ବକପ ଅଭିଯାନ ଶେଷ କରିଛି । ଆଜି (ଗୁରୁବାର) କ୍ଲାସିଫିକେସନ ମ୍ୟାଚରେ ନିଜ ସମ୍ମାନ ରକ୍ଷା ଲକ୍ଷ୍ୟରେ ଭାରତ ମଇଦାନକୁ ଓହ୍ଲାଇବ । ଟିମ ଇଣ୍ଡିଆର ୪୮ ବର୍ଷର ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଟିମ ଇଣ୍ଡିଆର ହକି ବିଶ୍ବକପ ୨୦୨୩ ଅଭିଯାନ ଶେଷ ହୋଇଛି । ଆଜି ଜାପାନ ବିପକ୍ଷରେ ଭାରତ କ୍ଲାସିଫିକେସନ ମ୍ୟାଚ ଖେଳିବ ।  

ଆଜି କ୍ଲାସିଫିକେସନ ମ୍ୟାଚ ପାଇଁ ପ୍ରସ୍ତୁତ ଭାରତୀୟ ହକି ଦଳ । ଆଜି ମେନ୍ ଇନ୍ ବ୍ଲୁ ନୂଆ ରଣନୀତି ସହିତ ମଇଦାନକୁ ଓହ୍ଲାଇବ । ବିଶ୍ବକପ ଦୌଡରୁ ବାଦ ପଡିବା ପରେ ଭାରତକୁ ଏବେ FIH ହକି ମାନ୍ୟତାରେ ନଅ ନମ୍ବର ସ୍ଥାନ ବଜାୟ ରଖିବା ପାଇଁ ଜାପାନକୁ ମାତ୍ ଦେବାକୁ ପଡିବ  ।  ପ୍ରଥମ ମ୍ୟାଚରୁ ଭାରତୀୟ ହକି ଦଳ ମିଡ ଫିଲଡ଼ରେ ବଲକୁ ଠିକ ଭାବରେ ଖେଳାଇ ପାରିନାହିଁ ଏବଂ ଅଟାକିଂ ମୋଡ଼ରେ ବହୁତ କମ ଖେଳିଛି  । ଏସବୁ ଦିଗ ଉପରେ ଦଳକୁ ଆଜିର ମ୍ୟାଚରେ ଗୁରୁତ୍ବ ଦେବାକୁ ପଡିବ ।  

ପନେଲ୍ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡଠଆରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ଭାରତୀୟ ହକି ପ୍ରେମୀ । ପନେଲ୍ଟି ସୁଟ୍ ଆଉଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୫-୪ ଗୋଲରେ ପରାସ୍ତ ହେବାପରେ ହକି ପ୍ରେମୀଙ୍କୁ ଏହି ଘଟଣା ଟିମକୁ ନିରାଶ କରିଛି । ଆଜି ପଜିସନିଂ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ ଟାବେଳେ ଏହି ମ୍ୟାଚ ଖେଳାଯିବ । ବିଶ୍ବକପରେ ପୁଲ ମ୍ୟାଚ ଏବଂ କ୍ରସଓଭର ମ୍ୟାଚରେ କରିଥିବା ତ୍ରୁଟିକୁ ସୁଧାରି ଭାରତ ମଇଦାନକୁ ଓହ୍ଲାଇବ । କ୍ବାର୍ଟର ଫାଇନାଲ ଟିକଟ ହାତେଇବା ପାଇଁ ନ୍ୟୁଜିଲାଣ୍ଡ ଭାରତ ମଧ୍ୟରେ କଡା ଟକ୍କର ହୋଇଥିଲା । ଚତୁର୍ଥ କ୍ବାର୍ଟର ସୁଦ୍ଧା ମ୍ୟାଚ୍‌ ଡ୍ର ରହିଥିଲା । ଏହାପରେ ପେନାଲ୍‌ଟି ସୁଟ ଆଉଟ ଖେଳିଥିଲେ ଉଭୟ ଦଳ । ପ୍ରଥମ ସୁଟ୍‌ ଆଉଟ ୩-୩ରେ ଡ୍ର ହେବାପରେ ଦ୍ବିତୀୟ ପେନାଲ୍‌ଟି ସୁଟ୍‌ ଆଉଟରେ ୨-୧ରେ ଘରୋଇ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ଏହା ପରେ ୪୮ ବର୍ଷର ବିଶ୍ବକପ ଜିତିବା ସ୍ବପ୍ନ ଭାରତର ଧୂଳିସାତ୍  ।  

ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.