ଢେଙ୍କାନାଳରେ ଧନଦାତ୍ରୀଙ୍କୁ ମେଲାଣି, ମିଳିତ ଭସାଣି ଉତ୍ସବରେ ୨୭ ମେଢ଼ ସାମିଲ

By ETV Bharat Odisha Team

Published : Nov 8, 2023, 12:10 PM IST

thumbnail

ଢେଙ୍କାନାଳ: ସରିଯାଇଛି ଲକ୍ଷ୍ମୀପୂଜା  । କୁମାର ପୂର୍ଣ୍ଣିମା ଠାରୁ ଢେଙ୍କାନାଳରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଉତ୍ସବ  । ସମସ୍ତ ୩୮ ଗୋଟି ମଣ୍ଡପରେ ମା' ଧାନଦାତ୍ରୀଙ୍କୁ ମେଲାଣି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି  । ବିସର୍ଜନ ପାଇଁ ବଡ଼ଜୋରାର କାଠ ଶଙ୍ଖ, ନୂଆପୋଖରୀ, ଗୋଡି ପୋଖରୀ ଓ କୁଞ୍ଜକାନ୍ତ ପୋଖରୀ ଏପରି ୪ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ମୀନା ବଜାର ମଣ୍ଡପ ଠାରେ ପ୍ରଥମ ମେଢ଼ର ଭସାଣି ଉତ୍ସବର ଶୁଭାରମ୍ଭ କରାଯାଇଛି । ପରମ୍ପରା ମୁତାବକ ସମସ୍ତ ମେଢ଼ ରାଜା ନଅର ଠାରେ ମେଳଣ ପରେ ନିଜ ନିଜର କ୍ରମିକ ନମ୍ବର ମୁତାବକ ମିଳିତ ଭସାଣ ଶୋଭାଯାତ୍ରାରେ ସାମିଲ ହେବେ । 

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ବିଦାୟ ନେଲେ ଧନଦାତ୍ରୀ, ପୁଣି ଆରବର୍ଷକୁ ଅପେକ୍ଷା

ଏହାପରେ ରାଜା ନଅର ଠାରୁ କୋର୍ଟ ଛକ, ବସଷ୍ଟାଣ୍ଡ ଟ୍ରାଫିକ ଓ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଦେଇ ପୁଣି ମହାବୀର ବଜାର ଓ ସହର ମୁଖ୍ୟ ରାସ୍ତାରେ କାଠ ଶଙ୍ଖ ଅଭିମୁଖେ ଯିବେ । ଚଳିତ ବର୍ଷ ଏହି ମିଳିତ ଭସାଣି ଉତ୍ସବରେ ୨୭ଗୋଟି ମେଢ଼ ସାମିଲ ହେବେ । ଅନ୍ୟ ମେଢ଼ଗୁଡିକ ପୂର୍ବ ନିର୍ଦ୍ଧାରିତ ରାସ୍ତା ଦେଇ ଗୋଡି ପୋଖରୀ, କୁଞ୍ଜକାନ୍ତ ଓ ନୂଆ ପୋଖରୀ ଅଭିମୁଖେ ଯିବେ । ଶାନ୍ତି ଶୃଙ୍ଖଳା ସହ ମିଳିତ ଭସାଣି ଉତ୍ସବର ପରିଚାଳନା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

ଚଳିତ ବର୍ଷ ମିଳିତ ଭସାଣି ଉତ୍ସବରେ ଡିଜେ ବାଜା ଉପରେ କଡା କଟକଣା ରହିଛି । ପୂଜା ପ୍ରତିଷ୍ଠାନ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟଯନ୍ତ୍ର , ନୃତ୍ୟ ଓ ସଙ୍ଗୀତ ଦଳମାନଙ୍କୁ ସାମିଲ କରିବେ । ଏହାସହିତ ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ଆସାମ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କୋଲକତା ଆଦି ବିଭିନ୍ନ ରାଜ୍ୟର ଲୋକବାଦ୍ୟ ଓ ଲୋକନୃତ୍ୟ ସାଙ୍ଗକୁ ମଧ୍ୟ ବିଭିନ୍ନ ଦଳ ସାମିଲ କରିବା ନେଇ ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.