ଜଳବାୟୁ ପରିବର୍ତ୍ତନକୁ ନେଇ ଚୁକ୍ତି ପତ୍ର ସ୍ଵାକ୍ଷର

By

Published : May 7, 2023, 9:28 PM IST

thumbnail

ଢେଙ୍କାନାଳ: ଜଳବାୟୁ ପରିବର୍ତ୍ତନକୁ ନେଇ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି ସରାଙ୍ଗ ଓ ଭାରତୀୟ ପାଣିପାଗ ବିଭାଗ ମଧ୍ୟରେ ଚୁକ୍ତି ପତ୍ର ସ୍ଵାକ୍ଷର । ଆଇ. ଏମ.ଡ଼ି.ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ଆଜିଜିଆଇଟି ନିର୍ଦେଶକ ସତ୍ୟବ୍ରତ ମହନ୍ତ ଏହି ଚୁକ୍ତି ପତ୍ର ସ୍ଵାକ୍ଷର କରିଛନ୍ତି । ତେବେ ଏହି ଚୁକ୍ତିର ମୂଳ ଲକ୍ଷ୍ୟ ହେଉଛି ପାଣିପାଗ ପରିବର୍ତ୍ତନ ଓ ତାର ପୂର୍ବାନୁମାନ ପାଇଁ ଉଭୟ ମିଳିତ ଭାବେ କାର୍ଯ୍ୟ କରିବେ। ଯାହା ପାଣିପାଗ ର ସଠିକ ପୂର୍ବାନୁମାନ ଓ ପର୍ଯ୍ୟାଲୋଚନା ପାଇଁ ସହଜ ହେବ । ତେଣୁ ଭାରତୀୟ ପାଣିପାଗ ବିଭାଗ ସହ ଏହି ଚୁକ୍ତି ବିଭାଗୀୟ କଲେଜ ଛାତ୍ର ଛାତ୍ରୀଙ୍କୁ ସଫଳତା ଯୋଗାଇବା ସହ ସ୍ଥାନୀୟ ଲୋକଙ୍କ ପାଖକୁ ମଧ୍ୟ ଏହାର ସଠିକ ପୂର୍ବାନୁମାନ ମିଳିପାରିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ଓ ଆଇ.ଜି.ଆଇଟି ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତ ।


ଏନେଇ ଆଇ.ଏମ୍‌.ଡ଼ି.ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଭିନ୍ନ ଦୁର୍ବିପାକ ଆସିବା ସହିତ ଅର୍ଥନୈତିକ ସ୍ଥିତି ପ୍ରଭାବିତ ହୋଇଥାଏ । ଆଇଜିଆଇଟିରେ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ବିଶେଷ ପ୍ରଭାବିତ ହୋଇଛି । ତେଣୁ ତାଙ୍କର ସହାୟତାରେ ଓଡ଼ିଶା ଓ ଓଡ଼ିଶା ବାହାରେ ପାଣିପାଗ ଓ ଜଳବାୟୁ ବିଶେଷତଃ ଯେଉଁ ପ୍ରକାର ପ୍ରଭାବ ପକାଉଛି ତାକୁ ସଠିକ ଭାବରେ ପୂର୍ବାନୁମାନ କରି ହେବ ।  
ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.