Hockey World Cup 2023: ପୋଜିସନିଂ ମ୍ୟାଚରେ ଜାପାନକୁ ଭେଟିବ ଭାରତ

By

Published : Jan 26, 2023, 4:36 PM IST

Updated : Feb 3, 2023, 8:39 PM IST

thumbnail

ରାଉରକେଲା : ହକି ବିଶ୍ବକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି  । ଶୀର୍ଷ ଚାରି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି  । ବିଶ୍ବ ବିଜେତା ଟାଇଟଲ ହାତେଇବା ପାଇଁ ଚାରୋଟି ଦଳ ମଧ୍ୟରେ ହେବ କଡା ଟକ୍କର । ସେପଟେ ବିଶ୍ବକପ ଅଭିଯାନ ଶେଷ କରିଥିବା ଦଳଗୁଡିକ ସମ୍ମାନ ରକ୍ଷା ପାଇଁ ପଜିସନିଂ ମ୍ୟାଚ ଖେଳିବେ  । ଭାରତ କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ବକପ ଅଭିଯାନ ଶେଷ କରିଛି  । ହରମନପ୍ରିତବାହିନୀ ଅସ୍ତିତ୍ବ ବଞ୍ଚାଇବା ପାଇଁ ପଜିସନିଂ ମ୍ୟାଚ ଖେଳିବ  ।  

ପଜିସନିଂ ମ୍ୟାଚରେ ଆଜି ଜାପାନକୁ ଭେଟିବ ଭାରତ  । ଏହି ମ୍ୟାଚ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ  । ସନ୍ଧ୍ୟା ୭ ଟାବେଳେ ଏହି ମ୍ୟାଚ ଖେଳାଯିବ  । ତେବେ ବିଶ୍ବକପରେ କରିଥିବା ତ୍ରୁଟିକୁ ସୁଧାରି ଭାରତ ମଇଦାନକୁ ଓହ୍ଲାଇବ  । ଭାରତୀୟ ହକି ଦଳ ପ୍ରଥମ ମ୍ୟାଚରୁ କରୁଥିବା ଭୁଲଗୁଡିକ ସୁଧାରି ପାରୁଛି ନା ନାହିଁ । ପ୍ରଥମ ମ୍ୟାଚରୁ ଭାରତୀୟ ହକି ଦଳ ମିଡ ଫିଲଡ଼ରେ ବଲକୁ ଠିକ ଭାବରେ ଖେଳାଇ ପାରିନାହିଁ ଏବଂ ଅଟାକିଂ ମୋଡ଼ରେ ବହୁତ କମ ଖେଳିଛି  । ଏସବୁ ଦିଗ ଉପରେ ଦଳକୁ ଆଜିର ମ୍ୟାଚରେ ଗୁରୁତ୍ବ ଦେବାକୁ ପଡିବ । ତେବେ ବିଶ୍ବକପରେ ଖେଳିଥିବା ମ୍ୟାଚରେ ଭାରତୀୟ ଦଳକୁ ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି କ୍ରୀଡା ବିଶେଷଜ୍ଞ  । ବିଶେଷଜ୍ଞଙ୍କ ମତରେ ଭାରତ  ଗୋଟିଏ ବା ଦୁଇଟି କ୍ବାର୍ଟର ଅଟାକ ଖେଳିବା ପରେ ବଲ ଉପରୁ ନିଜର କଣ୍ଟ୍ରୋଲ ହରାଇ ବସୁଛି  । ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦଳ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିବାରେ ଅକ୍ଷମ ହେଉଛି  । ୯୪ ଟି ସର୍କଲ ଏଣ୍ଟ୍ରି କରିଥିଲେ ମଧ୍ୟ ମାତ୍ର ୯ଟି ଗୋଲ କରିବାରେ ସଫଳ ହୋଇଛି ଭାରତୀୟ ହକି ଦଳ ମୋଟ ୨୭ ଟି ପେନଲଟି କର୍ଣ୍ଣରରେ ମଧ୍ୟ ଭାରତୀୟ ହକି ଦଳ ଗୋଲରେ ପରିଣତ କରିବାରେ ଅସଫଳ ହୋଇଛି ।  

ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତଥା କ୍ରସଓଭର ମ୍ୟାଚରେ ଯେଉଁ ପ୍ରକାର ପ୍ରଦର୍ଶନ କରିଥିଲା ତାହା ଆଦୌ ଗ୍ରହଣୀୟ ନୁହେଁ  । ଭାରତ ହାତରେ ମ୍ୟାଚ ଥାଇ ମଧ୍ୟ ଭାରତ ପେନାଲ୍ଟି କର୍ଣ୍ଣର ସୁଯୋଗର ଫାଇଦା ଉଠାଉ ପାରି ନଥିଲା । ଯେପରି ଭାବରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ରେ ଭାରତୀୟ ହକି ଦଳ ୩-୧ ଗୋଲରେ ଆଗୁଆ ଥିଲା କିନ୍ତୁ ନିଜର ଅଧିକ ଡିଫେନ୍ସ ହେବା ଯୋଗୁ ଏହାର ଲାଭ ନେଇ ନ୍ୟୁଜିଲାଣ୍ଡ ଦଳ ଅଟାକିଂ କରିଥିଲା ଏବଂ ଶେଷରେ ୩-୩ ଗୋଲରେ ସମାପ୍ତ କରିଥିଲା । ଏବଂ ପେନଲିଟି କର୍ଣ୍ଣରରେ ମ୍ୟାଚକୁ ଜିତିନେଇ ଥିଲା । ଶେଷରେ ଭାରତର ବିଶ୍ବକପ ଜିତିବା ସ୍ବପ୍ନ ଚୂରମାର ହୋଇଥିଲା  । 

ଇଟିଭି ଭାରତ, ରାଉରକେଲା 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.