ଋଷିକେଶରେ ଗଙ୍ଗା ଆରତୀ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ

By ETV Bharat Odisha Team

Published : Dec 9, 2023, 9:07 PM IST

thumbnail

ଡେରାଡୁନ: ରିଷିକେଶରେ ମା ଗଙ୍ଗା ଆରତୀ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପରମର୍ଥ ନିକେତନ ଆଶ୍ରମ ପକ୍ଷରୁ ଆଯୋଜିତ ଆରତୀରେ ଅମିତ ଶାହଙ୍କ ସହିତ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଯୋଗ ଗୁରୁ ବାବା ରାମଦେବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପ୍ରମୁଖ ସାମିଲ ହୋଇଥିଲେ । ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର ସମିଟ2023 ର ଉଦଯାପନୀ ସମାରୋହରେ ସାମିଲ ହୋଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ଅମିତ ଶାହ କହିଛନ୍ତି  ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର ସମିଟ2023 ରେ 2 ଲକ୍ଷ କୋଟି ପୁଞ୍ଚି ନିବେଶ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରାୟ 3.5 ଲକ୍ଷ କୋଟି ନିବେଶ ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଯାହା ଏକ ରେକର୍ଡ । ଉତ୍ତରାଖଣ୍ଡ ଖାଲି ଏବେ ପର୍ଯ୍ୟଟନ କି ଉତ୍ସବର ସ୍ଥାନ ହୋଇନାହିଁ । ରାଜ୍ୟରେ ଅନେକ  ନୂଆ କିଛି ସୃଷ୍ଟି ହେବାକୁ ଯାଉଛି । ଦେଖନ୍ତୁ ଅମିତ ଶାହଙ୍କ ଗଙ୍ଗା ଆଳତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.