G20 Summit: ଦିଲ୍ଲୀ ପୋଲିସର ସ୍ପେଶାଲ ଅପରେସନ, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Sep 1, 2023, 4:31 PM IST

thumbnail

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ G20 ସମିଟ ।  ବୈଠକରେ ସାମିଲ ହେବା ପାଇଁ ଭାରତ ଆସୁଛନ୍ତି G20 ରାଷ୍ଟ୍ରର ରାଷ୍ଟ୍ର ଅଧ୍ୟକ୍ଷ । ଏତତ ବ୍ୟତୀତ ସମିଟକୁ ଆସିବେ 50 ରୁ ଅଧିକ ରାଷ୍ଟ୍ରର ବିଭିନ୍ନ ପ୍ରତିନିଧି । ଏହାକୁ ସଫଳ ଓ ସୁରକ୍ଷିତ କରିବା  ପାଇଁ ଭାରତ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ଏଥିରେ ବଡ  ଭୂମିକା ତୁଳାଉଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ଉପରେ ପୁରା ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ ଥିବାରୁ ପୋଲିସ ଏବେ ରାତି ଦିନ ଏକ କରିଦେଇଛି । ଦିଲ୍ଲୀ ପୋଲିସକୁ ପୁରା ସହାୟତା ଦେଉଛନ୍ତି IB, RAW  ସମେତ ଏନଏସଜି, ସ୍ପେଶାଲ ଷ୍ଟାଟିକାଲ ଟିମ, ସ୍ପେଶାଲ କମାଣ୍ଡୋ, ତିନି ସେନା ନିଜ ନିଜ ଦାୟିତ୍ବ  ସହ G20  ସମିଟ ପାଇଁ  ସାହାଯ୍ୟ କରୁଛନ୍ତି । ସମିଟରେ ସାମିଲ ହେବାକୁ ଆମେରିକା  ରାଷ୍ଟ୍ରପତି ଆସୁଥିବା ବେଳେ, ଚୀନର ପ୍ରଧାନମନ୍ତ୍ରୀ ଯୋଗଦେବେ । ଋଷର ବୈଦେଶିକ ମନ୍ତ୍ରୀ ମଧ୍ୟ ସାମିଲ ହେବେ ।  G20 ସମିଟ ପାଇଁ ଦିଲ୍ଲୀକୁ ନୂଆ ରୂପ ଦିଆଯାଇଥିବା  ବେଳେ, ଏବେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରିଲ ସହ ରିହର୍ସାଲ କରୁଛି । ଆଜି ସକାଳ 9 ଟାରୁ 11 ଟା ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଏକାଡେମୀରେ ଦିଲ୍ଲୀ ପୋଲିସର ସ୍ପେଶାଲ କମାଣ୍ଡୋ କରିଛନ୍ତି  ହେଲିକେପ୍ଟରରେ ସ୍ପେଶାଲ ଅପରେସନ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.