ଭସାଣୀ ଶୋଭାଯାତ୍ରାରେ ଉତ୍ସବମୁଖରେ କଟକ, ପାରମ୍ପରିକ ବାଦ୍ୟ ସହ ନାଚଗୀତରେ ମସଗୁଲ ସହରବାସୀ

By ETV Bharat Odisha Team

Published : Oct 25, 2023, 10:11 PM IST

thumbnail

କଟକ: ରୌପ୍ୟନଗରରୀରେ ଚାଲିଛି ଭସାଣୀ ଶୋଭାଯାତ୍ରା । ଧାଡି ଧାଡି ହୋଇ ଶୋଭାଯାତ୍ରାରେ ଯାଉଛି ମା'ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି । ପାରମ୍ପରିକ ବାଦ୍ୟରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଛି । ସହରର ଯୁବକମାନେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଛି । ସମସ୍ତ ସହରବାସୀ ଏକାଠି ହୋଇ ମା'ଙ୍କୁ ମେଲାଣୀ ଦେଉଛନ୍ତି । ସାହି ପରିକ୍ରମା ପରେ ମେଢ ଗୁଡିକ ଦେବୀଗଡ଼ା ନିକଟକୁ ଯିବାର ପରମ୍ପରା ରହିଛି । ସେଠାରେ ମା'ଙ୍କୁ ମେଲାଣୀ ଦିଆଯିବ ।

ଏହା ବି ପଢନ୍ତୁ...ମେଲାଣି ନେଉଛନ୍ତି ମା', ଦଳ ମତ ନିର୍ବିଶେଷରେ ଏକାଠି ହେଲେ କଟକବାସୀ

୧୦ ଦିନର ଲୀଳାଖେଳା ପରେ ମା'ଦଶଭୂଜା ଧରାପୃଷ୍ଠରୁ ବିଦାୟ ନେଉଥିବାବେଳେ ଭାବ ବିହ୍ୱଳ ହୋଇଛନ୍ତି ଭକ୍ତ । ଭାଇଚାରାର ସହର କଟକରେ ଏହାର ଝଲକ ଦେଖିବାକୁ ମିଳିଛି । ମା'ଙ୍କ ବିସର୍ଜନ ପରେ ପୁଣି ଆର ବର୍ଷକୁ ଅପେକ୍ଷା କରି ରହିବେ ଭକ୍ତ । ସେପଟେ ସୁରକ୍ଷା ଦୃଷ୍ଟିରୁ ସଜାଗ ରହିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.