ମେଲାଣି ନେଉଛନ୍ତି ମା', ଦଳ ମତ ନିର୍ବିଶେଷରେ ଏକାଠି ହେଲେ କଟକବାସୀ

By ETV Bharat Odisha Team

Published : Oct 25, 2023, 7:41 PM IST

thumbnail

କଟକ: କଟକରେ ମା' ନେଉଛନ୍ତି ମେଲାଣି । ଜୋରଦାର ବାଜା ସାଙ୍ଗକୁ ମା'ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଭସାଣୀ ସମୟରେ ଡିଜେ ବ୍ୟାନ ପାଇଁ କଡ଼ା ନିର୍ଦ୍ଦେଶ ଥିବାବେଳେ ପାରମ୍ପରିକ ବାଦ୍ୟରରେ ପ୍ରକମ୍ପିତ ହେଉଛି ସମଗ୍ର ସହର । ତେବେ ପୂର୍ବରୁ କଟକରେ ଅନେକ ଭସାଣୀ କାର୍ଯ୍ୟକ୍ରମ ହୋଇଥାଏ ।କି ନ୍ତୁ ଚଳିତ ବର୍ଷ ପାରମ୍ପରିକ ବାଦ୍ୟ ସମସ୍ତଙ୍କ ମନ ମୋହୁଛି ।

ଏହା ବି ପଢନ୍ତୁ...ମେଲାଣି ଉତ୍ସବରେ ସାମିଲ ହେଲେ ସିନେ ତାରକା

ସେପଟେ ଦଳ ମତ ନିର୍ବିଶେଷରେ ସମସ୍ତ କଟକବାସୀ ଏକାଠି ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏହାସହ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ସଜାଗ ରହିଛି କମିଶନରେଟ ପୋଲିସ । ବିନା ଡିଜେରେ ପାରମ୍ପରିକ ବାଦ୍ୟର ନାଦରେ ମା'ଙ୍କୁ ଦିଆଯାଉଛି ମେଲାଣୀ । ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେଇଛି ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.