ଉଦଯାପିତ ହେଲା କେନ୍ଦୁଝରର ଗୋନାସିକା ମହୋତ୍ସବ

By ETV Bharat Odisha Team

Published : Dec 23, 2023, 11:56 AM IST

thumbnail

Gonasika Mahotsav: କେନ୍ଦୁଝର: ସହରର କାଳୀପଡ଼ିଆ ଠାରେ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା 'ଗୋନାସିକା ମହୋତ୍ସବ-୨୦୨୩’ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି  ।  ଉଦଯାପନୀ ସମାରୋହରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋନାସିକା ମହୋତ୍ସବ କେନ୍ଦୁଝରର କଳା ଓ ସଂସ୍କୃତିକୁ ସମଗ୍ର ରାଜ୍ୟରେ ଉଜ୍ଜିବୀତ କରି ରଖିବାରେ ବେଶ୍ ସହାୟକ ହୋଇପାରିଛି ବୋଲି କହିଥିଲେ । ଏଥିସହ ମହୋତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ପଲ୍ଲିଶ୍ରୀ ମେଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରୋତ୍ସାହନ ଯୋଗାଇଥିବା ବିଧାୟକ ମତବ୍ୟକ୍ତ କରିଥିଲେ ।

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାକୁ ରାଜ୍ୟର ୧ ନଂ ଜିଲ୍ଲାରେ ପରିଣତ କରିବା ସହ ବିକାଶଧାରା ବଜାୟ ରଖିବାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷତା କରି କେନ୍ଦୁଝରର ବିକାଶ ପାଇଁ ବହୁବିଧ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ଖୁବଶୀଘ୍ର କେନ୍ଦୁଝର ରାଜ୍ୟରେ ଏକ ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହୋଇପାରିବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶୀତୁଆ ସନ୍ଧ୍ୟାରେ ଜମୁଛି ପଲ୍ଲିଶ୍ରୀ ମେଳା, ଗ୍ରାହକଙ୍କୁ ପସନ୍ଦ ଆସୁଛି ଜଙ୍ଗଲଜାତ ଦ୍ରବ୍ୟ

୫ ଦିନ ବ୍ୟାପୀ ଅନୁଷ୍ଠିତ ‘ଗୋନାସିକା-କେନ୍ଦୁଝର ମହୋତ୍ସବ ଉଦ୍‌ଯାପିତ ହୋଇ ଯାଇଥିଲେ ହେଁ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା ଓ ପୁସ୍ତକମେଳା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଏହି ମେଳାର ଉଦ୍ଦେଶ୍ୟ । ଉଦ୍‌ଯାପନୀ ସନ୍ଧ୍ୟାରେ ପଞ୍ଜାବର ଭାଙ୍ଗଡା, ଆସାମର ବିହୁ, ପଦ୍ମଶ୍ରୀ ଇଲିୟାନ ଚିତାରିଷ୍ଟଙ୍କ ଓଡିଶୀ ନୃତ୍ୟ ସାଙ୍ଗକୁ ଓଲିଉଡ କଳାକାର ଅନ୍ତରା ଚକ୍ରବର୍ତ୍ତୀ ଓ ସ୍ଵୟମ ପାଢ଼ୀଙ୍କ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ  ।


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.