ETV Bharat / state

ଶୀତୁଆ ସନ୍ଧ୍ୟାରେ ଜମୁଛି ପଲ୍ଲିଶ୍ରୀ ମେଳା, ଗ୍ରାହକଙ୍କୁ ପସନ୍ଦ ଆସୁଛି ଜଙ୍ଗଲଜାତ ଦ୍ରବ୍ୟ

author img

By ETV Bharat Odisha Team

Published : Dec 21, 2023, 6:17 PM IST

ପଲ୍ଲିଶ୍ରୀ ମେଳାରେ ମହକୁଛି କେନ୍ଦୁଝର , ଗ୍ରାହକଙ୍କୁ ପସନ୍ଦ ହେଉଛି ଜଙ୍ଗଲଜାତ ଦ୍ରବ୍ୟ
ପଲ୍ଲିଶ୍ରୀ ମେଳାରେ ମହକୁଛି କେନ୍ଦୁଝର , ଗ୍ରାହକଙ୍କୁ ପସନ୍ଦ ହେଉଛି ଜଙ୍ଗଲଜାତ ଦ୍ରବ୍ୟ

Pallishree mela: ଜଙ୍ଗଲଜାତ ଦ୍ରବ୍ୟରେ ମହକୁଛି କେନ୍ଦୁଝରର ଗୋନାସିକା ମହୋତ୍ସବ । ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ପଲ୍ଲିଶ୍ରୀ ମେଳାରେ ମହକୁଛି କେନ୍ଦୁଝର , ଗ୍ରାହକଙ୍କୁ ପସନ୍ଦ ହେଉଛି ଜଙ୍ଗଲଜାତ ଦ୍ରବ୍ୟ

କେନ୍ଦୁଝର: ଦର୍ଶକଙ୍କ ମନ ମୋହୁଛି ଗୋନାସିକା କେନ୍ଦୁଝର ମହୋତ୍ସବ । ଜଙ୍ଗଲଜାତ ଦ୍ରବ୍ୟ ବଢୁଛି ଚାହିଦା । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ କାଳୀ ପଡିଆ ଠାରେ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା, ଏହି ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାବାସୀ ଓଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି । ଏହା ସହ ଜାତୀୟ ମହିଳା ପଲ୍ଲିଶ୍ରୀ ମେଳାର ମଧ୍ୟ ଆନନ୍ଦ ନେଉଛନ୍ତି ଜିଲ୍ଲାବାସୀ । ଶୀତୁଆ ସନ୍ଧ୍ୟାରେ ମଧ୍ୟ ଜିଲ୍ଲାବାସୀ ପଲିଶ୍ରୀ ମେଳାରେ ଆସିଥିବା ଜିଲ୍ଲା ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରୁଛନ୍ତି । ହେଳେ ଚଳିତ ବର୍ଷ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିିଛି ଜଙ୍ଗଲଜାତ ଦ୍ରବ୍ୟ ।

ତେବେ ମେଳାରେ ଆସିଥିବା ବିଭିନ୍ନ ପ୍ରକାରର ଜିନିଷ ମଧ୍ୟରୁ ଲୋକଙ୍କ ମନ କିଣିଛି ଜଙ୍ଗଲଜାତ ଦ୍ରବ୍ୟ । ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ଵାରା ଅଣାଯାଇଥିବା ଜଙ୍ଗଲ ଜାତ ଦ୍ରବ୍ୟ ଯଥା ହରିଡା, ବାହାଡ଼ା, ହଳଦି, ପାଳୁଅ, ମସଲା ଆଦି ରହିଛି । ଏଥି ମଧ୍ୟରୁ କନ୍ଧମାଳ ହଳଦୀ ହେଉକି କୋରାପୁଟ ପାଳୁଅର ବେଶ ଚାହିଦା ରହିଛି । ଏହା ସହ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥକୁ ଗ୍ରାହକମାନେ ମଧ୍ୟ ମନଭରି କିଣୁଛନ୍ତି । ଦୋକାନୀ ମାନେ ମଧ୍ୟ ଗ୍ରାହକଙ୍କ ପସନ୍ଦର ଜିନିଷ ସଠିକ୍ ଦରରେ ବିକ୍ରି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ମଣ୍ଟୁ ଛୁରୀଆ ଗୀତରେ ଝୁମିଲେ ଦର୍ଶ

ଏହା ମଧ୍ୟ ପଢନ୍ତୁ.....ଅଭିନୟ ପାଇଁ କୁକୁର ପାଇଲା ସ୍ପେଶାଲ ଜୁରୀ ଆୱାର୍ଡ, କ୍ଷୁଦ୍ର ଚଳଚ୍ଚିତ୍ର 'ବିଶ୍ବସ୍ଥ ସାଥି'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

ଏହିଭଳି ମେଳା ଗ୍ରାମୀଣ ମହିଳାଙ୍କ ପାଇଁ ସ୍ଵରୋଜଗାରର ଏକ ଭଲ ମାଧ୍ୟମ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ଏହି ଭଳି ମେଳାର ପ୍ରଚାର ପ୍ରସାରି କରିବା ସହ ଏହାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ପ୍ରକାଶ ଯେ ଚଳିତ ବର୍ଷ ୨୯ ଟି ଜିଲ୍ଲା, ୮ଟି ରାଜ୍ୟର ବୁଣାକାର ଓ ଶିଳ୍ପୀଙ୍କ ଷ୍ଟଲ ସହ ୨୨୧ ଟି ଷ୍ଟଲ ପଦର୍ଶିତ୍ ହୋଇଛି । ଗତ ବର୍ଷ ମହୋତ୍ସବରେ ପଲିଶ୍ରୀ ମେଳାରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ଟଙ୍କାର ବ୍ୟବସାୟ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.