Ghar Ghar Congress: କୋରେଇରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ, ସାମିଲ ହେଲେ ସୁର

By ETV Bharat Odisha Team

Published : Oct 29, 2023, 5:28 PM IST

thumbnail

ଯାଜପୁର: ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜର ସଂଗଠନକୁ ସୁଦୃଢ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ । ଯାହାଫଳରେ ଆଜି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କୋରେଇ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ କଡମିଆଁ ଗାଁ ତାରିଣୀ ମଣ୍ଡପରେ ଆୟୋଜନ କରାଯାଇଥିଲା । କଂଗ୍ରେସ ପକ୍ଷରୁ ତାରିଣୀ ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । 

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କୋରେଇ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ଶହଶହ କର୍ମୀ ଯୋଗଦେଇଥିଲେ । ଏହା କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତି,ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ ଓ ମହିଳା ନେତ୍ରୀ ଜୟନ୍ତୀ ସାହୁ   ଆଦି ଯୋଗ ଦେଇଥିଲେ । ଏଥିସହ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ପୌରପରିଷଦ ଓ କୋରେଇ ବ୍ଲକ ଅଞ୍ଚଳ ମହିଳା, ଯୁବ, ଛାତ୍ର ଓ ବରିଷ୍ଠ କଂଗ୍ରେସ ନେତା ଓ ନେତ୍ରୀ ଯୋଗଦେଇଥିଲେ l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.