ଛତ୍ରପୁରରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥିଙ୍କ ଜୋରଦାର ପ୍ରଚାର, ସ୍ଥାନୀୟ ନିଯୁକ୍ତିକୁ କରିଛନ୍ତି ମୁଦ୍ଦା - Congress Campaigning in Chhatrapur

By ETV Bharat Odisha Team

Published : May 11, 2024, 5:31 PM IST

thumbnail
CONGRESS CAMPAIGNING IN CHHATRAPUR (ETV Bharat Odisha)

CONGRESS CAMPAIGNING IN CHHATRAPUR: ଛତ୍ରପୁର (ଗଞ୍ଜାମ): ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥି ବେହେରାଙ୍କ ପକ୍ଷରୁ ଶେଷ ପର୍ଯ୍ୟାୟରେ ଜୋରଦାର ପ୍ରଚାର ଚାଲିଛି । ଆସନ୍ତା ୧୩ ତାରିଖରେ ରାଜ୍ୟରେ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ସହିତ ଏହାର ଅନ୍ତର୍ଗତ ଛତ୍ରପୁର ନିର୍ବାଚନମଣ୍ଡଳୀରେ ମଧ୍ୟ ଭୋଟ ଗ୍ରହଣ ହେବ । ୧୩ ତାରିଖରେ ମତଦାନ ହେବାକୁ ଥିବାରୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ଅଳ୍ପ ସମୟ ବାକି । ଶେଷ ପର୍ଯ୍ୟାୟର ପ୍ରଚାର କରି ନିର୍ବାଚନମଣ୍ଡଳୀର ଜନତାଙ୍କର ରହିଥିବା ସମସ୍ୟା ଏବଂ ତାହାର ସମାଧାନ କରିବାର ପ୍ରତିଶୃତି ସହ ଛତ୍ରପୁର ଅଞ୍ଚଳରେ ଗଢି ଉଠିଥିବା କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ପ୍ରଦାନକୁ ଅଗ୍ରାଧିକାର ଦେଇ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ଭାଗୀରଥି ବେହେରା । ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଭାଗୀରଥି ବେହେରା କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଚାର କରିଥିବା କହିଛନ୍ତି । ତେବେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥି ବେହେରାଙ୍କ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.