ଗ୍ୟାସ ଲିକେଜରୁ ବିସ୍ଫୋରଣ, ଜଣେ ମୃତ

By ETV Bharat Odisha Team

Published : Dec 14, 2023, 6:10 AM IST

thumbnail


ଢେଙ୍କାନାଳ: ଗ୍ୟାସ ଲିକ୍‌ରୁ ବିସ୍ପୋରଣ । ଗ୍ୟାସ ଲିକ୍ ଯୋଗୁଁ ବିସ୍ଫୋରଣ ଫଳରେ ଘରେ ନିଆଁ ଲାଗି ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଢେଙ୍କାନାଳ ସହରର କୁଞ୍ଜକାନ୍ତରେ ଘଟିଛି ଏହି ଅଘଟଣ । ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଯୁବକ ଜଣକ ହେଲେ ଶମ୍ଭୁ ପ୍ରସାଦ ରଥ ଶମ୍ଭୁ ପ୍ରସାଦ ନ୍ୟାସନାଲ ଇନ୍ସୁରାନ୍ସର ଜଣେ କନସଲଟାଣ୍ଟ ଭାବେ କାମ କରୁଥିଲେ ।

ଏହା ବି ପଢନ୍ତୁ...ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଗ୍ୟାସ୍‌ ଲିକେଜରୁ ନିଆଁ ଲାଗିବା ଫଳରେ ଘରର କିଛି ଆସବାବପତ୍ର ମଧ୍ୟ ଜଳି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପରେ ଟାଉନ ଥାନା ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଶମ୍ଭୁଙ୍କ ବୟସ ୫୫ବର୍ଷ ହୋଇଥିବାବେଳେ ସେ ଅବିବାହିତ ଏବଂ ଉକ୍ତ ଘରେ ଭଡା ଘରେ ରହୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.