Ganesh Chaturthi: ଆକୃଷ୍ଟ କରୁଛି ନିଆରା ତୋରଣ, ଭରତପୁରରେ ପୂଜା ପାଇଲେ ବିଘ୍ନ ବିନାଶକ

By ETV Bharat Odisha Team

Published : Sep 20, 2023, 11:44 AM IST

thumbnail

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ବିଘ୍ନ ବିନାଶକଙ୍କ ପୂଜା ଧୂମଧାମରେ କରାଯାଇଛି । ଭଳି ଭଳି ତୋରଣରେ ସଜ ହୋଇଛି ଭୁବନେଶ୍ବର। କିଏ ବଡ଼ ମୂର୍ତ୍ତି ଆଣି ଅଗ୍ରପୂଜ୍ୟଙ୍କ ପୂଜା କରିଥିବା ବେଳେ କେହି ନିଆରା ତୋରଣ ତିଆରି କରି। ଏହି ରେସ୍‌ ପଛରେ ପଡ଼ିନି ଭୁବନେଶ୍ବର ଭରତପୁର ସ୍ଥିତ ଶକ୍ତି କ୍ଲବ୍‌ । ଏଠାରେ ପୂଜା କମିଟି ପକ୍ଷରୁ ଏକଦନ୍ତଙ୍କ ମୁଣ୍ଡ ସଦୃଶ ଏକ ତୋରଣ ତିଆରି କରିଥିଲେ। ଯାହାର ଉଚ୍ଚତା ରହିଥିଲା 40 ଫୁଟ । ସୁନ୍ଦର ତୋରଣ ସାଙ୍ଗକୁ ପଣ୍ଡାଲ୍‌ରେ ବିରାଜମାନ କରିଥିଲେ ବିଘ୍ନ ବିନାଶକ। ଗତକାଲି ପୂଜା ପରେ ଏଠାରେ ହମଯଜ୍ଞ ଓ ମନ୍ତ୍ରୋଚାରଣରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ । ପୂଜା ଯେଭଳି କୌଣସି କମି ନରହିବ ସେଥିପ୍ରତି ଯତେଷ୍ଠ ଧ୍ୟାନ ଦେଇଥିଲେ ପୂଜା କମିଟି କର୍ମକର୍ତ୍ତା । ପୂଜା ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା। ପୁଷ୍ପାଞ୍ଜଳି ଅର୍ପଣ କରି ଗଜାନନଙ୍କ ଆଶୀର୍ବାଦ ମାଗିଥିଲେ ଶ୍ରଦ୍ଧାଳୁ। ସ୍ଥାନୀୟ ଅଞ୍ଚଳରେ ବି ଅନେକ ଛୋଟବଡ଼ ପୂଜା ପେଣ୍ଡାଲ ଦେଖିବାକୁ ମିଳିଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.