ମାଳିରେ ଗଣେଶ, ଦେଖିବାକୁ ଜମୁଛି ଭିଡ଼

By ETV Bharat Odisha Team

Published : Sep 20, 2023, 8:24 AM IST

thumbnail

ଯାଜପୁର: ଗଜାଜନଙ୍କ ଆଗମନ ନେଇ ଯାଜପୁର ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୂମଧାମର ସହିତ ଗଜାନନ ଗଣେଶ ପୂଜା ପାଉଛନ୍ତି l ତେବେ କୋରେଇ ବ୍ଲକର ବନ୍ଦାଳଠାରେ ନିଆରା ଢଙ୍ଗରେ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଉଛି l ପାଖାପାଖି 20 ବର୍ଷ ହେବ ଏହି ଗାଁରେ ଅତି ଧୂମଧାମର ସହିତ ପାଳିତ ହେଉଛି ଗଣେଶଙ୍କ ପୂଜା l ଚଳିତ ବର୍ଷ ଏଠାରେ ମାଳିରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି l ଏହି ମୂର୍ତ୍ତିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି l

ଏହାମଧ୍ୟ ପଢନ୍ତୁ..ରିଭର୍ସ ସ୍ପିଡ ପେଣ୍ଟିଂରେ ଗଣେଶ ପୂଜା ଶୁଭେଚ୍ଛା ବାର୍ତ୍ତା

ସେହିପରି ଜିଲ୍ଲାର ବିଂଝାରପୁର, ବ୍ୟାସନଗର ପୌର ପରିଷଦ ଯାଜପୁର ଟାଉନ, ବରୀ, ଧର୍ମଶାଳା,ବଡ଼ଚଣା, ଦଶରଥପୁର, ସୁକିନ୍ଦା, ଦାନଗାଦି ଓ କୋରେଇ ପରିଷଦର ବିଭିନ୍ନ ପୂଜାମଣ୍ଡପରେ ରୀତିନୀତି ଅନୁଯାୟୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି l ସହରର ବହୁ ପୁରାତନ ପୂଜା ମଣ୍ଡପଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ଆଡ଼ମ୍ବର ସହିତ ଗଣେଶ ମୂର୍ତ୍ତି ପୂଜାର୍ଚନା ହେଉଥିବା ଦେଖିବାକୁ ମିଳିଛି l 

ଜିଲ୍ଲାରେ ଚଳିତ ବର୍ଷ ଶହେରୁ ଉର୍ଦ୍ଧ୍ୱ ମଣ୍ଡପରେ ବିଘ୍ନ ବିନାଶକ ପୂଜା ପାଉଛନ୍ତି l ଅନ୍ୟପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି l ତେବେ ଚଳିତ ବର୍ଷ ବନ୍ଦାଳ ପଞ୍ଚାୟତବାସୀଙ୍କ ଦ୍ୱାରା ଆୟୋଜିତ ମାଳିରେ ନିର୍ମିତ ଗଣେଶ ମୂର୍ତ୍ତି ଅନେକ ଆକୃଷ୍ଟ ହେଇଥିବା ଦେଖିବାକୁ ମିଳିଛି l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.