Gandhi Jayanti: କଟକରେ ଜାତିର ପିତାଙ୍କ ଭଗ୍ନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

By ETV Bharat Odisha Team

Published : Oct 2, 2023, 8:52 PM IST

thumbnail


ନିଆଳି: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 154 ତମ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ କଟକ ସଦର ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । କିନ୍ତୁ ଦୁଖ ଓ ପରିତାପର ବିଷୟର ସ୍ମୃତି ପୀଠରେ ଥିବା ଗାନ୍ଧିଜୀଙ୍କ ହାତ ଭଗ୍ନ ଅବସ୍ଥାରେ ରହିଛି । ଏହି ଭଗ୍ନ ପ୍ରତିମୂର୍ତ୍ତିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ମେୟର ସୁବାସ ସିଂ, ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାଲ୍ୟାର୍ପଣ କରିଛନ୍ତି । 

ଏହା ବି ପଢନ୍ତୁ...ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର: ବ୍ରାହ୍ମଣ ନୁହେଁ, ବାପୁଙ୍କୁ ପୂଜନ୍ତି ହରିଜନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ପୀଠର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟ ହେଉଥିବାବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଜାତିର ପିତାଙ୍କ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତିର ମରାମତି କିମ୍ବା ପୁନଃ ଉଦ୍ଧାର ନହେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

 
ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.