ମା' ଲକ୍ଷ୍ମୀ ପୂଜାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

By ETV Bharat Odisha Team

Published : Nov 2, 2023, 10:56 PM IST

thumbnail

ଢେଙ୍କାନାଳ: ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣିମା ଠାରୁ ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ ମା'ଙ୍କ ପୂଜା ଭିତରେ ଗୋଟିଏ ଗୁରୁବାର ପଡିଥିବାରୁ ମା'ଙ୍କ ପାଖରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଛି l ଆଜି ମା'ଙ୍କ ପାଖରେ କାକରା ମଣ୍ଡା, ପିଠା ଓ ପୋଡ ପିଠା ଆଦି ଭୋଗ କରାଯାଇଛି  l ଆଜି ଢେଙ୍କାନାଳ ସହରର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପାଖରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯିବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଛି l 

ଲକ୍ଷ୍ମୀ ବଜାରରେ ମା'ଙ୍କ ପାଖରେ ଦହି ପାଖଳା ସେବନ ପାଇଁ ଭକ୍ତଙ୍କ ଭିଡ ଜମିଥିଲା l ଲକ୍ଷ୍ମୀବଜାର ଦହିପଖାଳରେ ବିଶେଷ ସ୍ୱତନ୍ତ୍ରତା ରହିଛି l ଏହି ବଜାରରେ ଭକ୍ତମାନଙ୍କୁ ମାଟି କୁଡୁଆ ଓ ପଦ୍ମ ପତ୍ରରେ ପ୍ରସାଦ ସେବନ କରାଯାଏ l ଭକ୍ତ ମାନଙ୍କୁ କୁଡୁଆରେ ଦହିପାଖଳ ଦେବା ସହିତ ପଦ୍ମ ପତ୍ରରେ ଘାଣ୍ଟ ତରକାରୀ ,ପକୁଡି ଶାଗ ଓ ଜିଲାପି ଆଦି ପରସା ଯାଇଥାଏ l ଏହି ପୂଜା କମିଟି ତରଫରୁ ୫ ହଜାର ଲୋକଙ୍କ ପାଇଁ ପ୍ରସାଦ ଆୟୋଜନ କରା ଯାଇଥିଲା l ଏହି ମାଟି କୁଡୁଆକୁ ପୁରୀରୁ ଅଣାଯାଇଥିବା ବେଳେ ପଦ୍ମ ପତ୍ରକୁ ଆଠ ମଲ୍ଲିକରୁ ଆଣାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ....ଲକ୍ଷ୍ମୀଙ୍କ ପୂଜାରେ ଜଗା କାଳିଆ ମେଢ଼, ବୁଲି ଦେଖିବାକୁ ଜାଗମରାରେ ଭିଡ

ସେହିପରି ଗୁଡ଼ିଆ ନାଳୀ ପୂଜା ମଣ୍ଡପରେ ପ୍ରସାଦ ସେବନ ପାଇ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଏଠାରେ ଘିଅ ଅନ୍ନ, ସାଦା ଅର୍ଣ୍ଣ, ମିଠା ଖେଚୁଡ଼ି, ଶାଗ ମୁଗ,ଖଟା, କ୍ଷୀରି, ମହୁଲ ବେସର, ଘାଣ୍ଟ ଆଦି ବ୍ୟଞ୍ଜନ କରାଯାଇଥିଲା l ପ୍ରାୟ ୭ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.