ରାସ୍ତା ଉପରେ ବନ୍ୟାଜଳ,ଭାସିଲା ଗାଡି ଉଦ୍ଧାର କଲା କ୍ରେନ

By

Published : Aug 14, 2022, 11:06 PM IST

Updated : Feb 3, 2023, 8:26 PM IST

thumbnail

କଟକ: ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଏନେଇ କଟକ ଶିଖରପୁର ରେଳ ଧାରଣା ତଳେ ଯାଇଥିବା ରାସ୍ତା ଉପରେ ବହୁଛି ବନ୍ୟାଜଳ । ସୂଚନା ଅନୁସାରେ ଏଇ ରାସ୍ତା ଦେଇ ଏକ ବୋଲେରୋ ଯାଉଥିବା ସମୟରେ ବନ୍ୟାଜଳରେ ଫସିଥିଲା ଗାଡି । ତେବେ ଏହାକୁ ଦେଖି ସ୍ଥାନୀୟ ଲୋକେ କ୍ରେନ ସହ ଯୋଗାଯୋଗ କରିବା ପରେ ଗାଡିକୁ ଉଧାର କରାଯାଇଛି । ଅନ୍ୟପଟେ ରାସ୍ତା ଉପରେ ବନ୍ୟାଜଳ ଆସିଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.