ଭସାଣି ଉତ୍ସବରେ ନଳି ବାଣରୁ ହୋଇଥିଲା ବିସ୍ଫୋରଣ, ଦେଖନ୍ତୁ ଭୟାନକ ଦୃଶ୍ୟ

By

Published : Nov 24, 2022, 7:28 AM IST

Updated : Feb 3, 2023, 8:33 PM IST

thumbnail

କେନ୍ଦ୍ରାପଡା: କାର୍ତ୍ତିକେଶ୍ବର ଭସାଣି ବେଳେ ବାଲିଆ ବଜାରରେ ବାଣ ବିସ୍ଫୋରଣ । ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଦୃଶ୍ୟ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର ଦୁଇଟି ସ୍ଥାନରେ ସପ୍ତାହେ ଧରି କାର୍ତ୍ତିକେୟ ପୂଜା ଚାଲିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭସାଣି ଉତ୍ସବ । ବାଜା ସାଙ୍ଗକୁ ଡିଜେ ଶବ୍ଦରେ ପୂଜା କମିଟି କର୍ମକର୍ତ୍ତା ନାଚଗୀତରେ ମସଗୁଲ ଥିଲେ । ଭସାଣି ଦେଖିବା ପାଇଁ ଆଖପାଖ ଅଞ୍ଚଳ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ନଳି ବାଣ ଫୁଟିବା ପାଇଁ ନିଆଁ ଲଗାଯିବା ପରେ କୌଣସି କାରଣବଶତଃ ନଳିଟି ତଳେ ପଡି ଯାଇଥିଲା । ଏହି ନଳିରେ ପଛକୁ ପଛ କୋଡିଏରୁ ଅଧିକ ବାଣ ରହିଥିବା ବେଳେ ଏହି ବାଣ ଗୁଡିକ ଏକ ପାନ ଦୋକାନ ବାହାରେ ଛିଡା ହୋଇ ରହିଥିବା ଲୋକମାନଙ୍କ ପାଖରେ ବିସ୍ଫୋରଣ ହୋଇଥିଲା(firecracker burst in Balia Bazar) । ଯାହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ଏହି ଅଘଟଣରେ ପାନ ଦୋକାନୀ ସମେତ ୩୫ରୁ ଅଧିକ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.