ବ୍ରହ୍ମପୁରରେ ପ୍ରଥମଥର ପାଇଁ ନୌସେନାରେ ନିଯୁକ୍ତି ପାଇଲେ ୪ ଛାତ୍ରୀ

By ETV Bharat Odisha Team

Published : Nov 5, 2023, 9:46 PM IST

thumbnail

ବ୍ରହ୍ମପୁର: ଅଗ୍ନିବୀର ନୌସେନାରେ ନିଯୁକ୍ତି ପାଇଲେ ୪ ଜଣ ଛାତ୍ରୀ । ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀରକୁ ମିଳିଛି ବଡ ସଫଳତା । ଚଳିତ ବର୍ଷ ଅଗ୍ନିଵୀର ନୌସେନା ବାହିନୀର ନିଯୁକ୍ତି ପାଇଁ ୨୯ ଜଣ ବିଦ୍ୟାର୍ଥୀ ମନୋନୀତ ହୋଇଥିବା ପଡିଛି । ଏଥି ମଧ୍ୟରେ ୪ ଜଣ ଛାତ୍ରୀ ରହିଛନ୍ତି ।  ଭାରତୀୟ ସେନାରେ ପୁଅଙ୍କ ଭଳି ଝିଅମାନେ ଦେଶ ସେବା କରିବାକୁ ଅଧିକା ମାତ୍ରାରେ ସୁଯୋଗ ପାଉଥିବାରୁ ପରିବାର ଲୋକେ ଗର୍ବିତ ବୋଲି କହିଥିଲେ । ଏହାସହ ସରକାର ଛାତ୍ରୀମାନଙ୍କ ପାଇଁ ସେନା କ୍ଷେତ୍ରରେ ଅଧିକ ସୁଯୋଗ ରଖିଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ।

ବ୍ରହ୍ମପୁର ସହରରେ ଗତ ୬ ମାସ ଧରି ଶାରୀରିକ ଓ ମାନସିକସ୍ତରରେ ଭାରତୀୟ ନୌସେନାରେ ସାମଲ ହେବା ପାଇଁ ତାଲିମ ନେଉଥିଲେ ଏହି ଛାତ୍ରୀମାନେ । ବର୍ତ୍ତମାନ ଭାରତୀୟ ନୌସେନାର ଅଗ୍ନିବୀର ଭାବରେ ନିଯୁକ୍ତି ପାଇଛନ୍ତି । ଏହାପର ଏକାଡେମୀର ତରଫରୁ ବିଦ୍ୟାର୍ଥୀଙ୍କୁ ସଫଳତା ଆଣିବାରେ ସାହାସ ଯୋଗାଇ ଆସୁଥିବା ସେମାନଙ୍କ ପରିବାରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ସହରରେ ପ୍ରଥମଥର ପାଇଁ ଏଭଳି ୪ ଜଣ ଛାତ୍ରୀ ଭାରତୀୟ ନୌସେନାରେ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ପରିବାର ଲୋକେ ।  
ଏହା ମଧ୍ୟ ପଢନ୍ତୁ......ପାରାମିଲେଟେରୀ ନିଯୁକ୍ତି ପାଇଲେ ଅଗ୍ନିବୀର, ଯବାନ ଓ ତାଙ୍କ ପରିବାରକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

ନିକଟରେ ପ୍ରକାଶିତ ଅଗ୍ନିଵୀର ନୌସେନାରେ ନିଯୁକ୍ତି ତାଲିକାରେ ସାମନ୍ତରାୟ ଏକାଡେମୀର ୨୯ ଜଣ ବିଦ୍ୟାର୍ଥୀ ମନୋନୀତ ହୋଇଥିବା ସୂଚନା ମିଳିଛି । ପ୍ରତେକ ବର୍ଷ ଦେଶର ୩ ସେନାର ଏନ୍.ଡି.ଏ, ସିଡିଏସ୍ ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଏବଂ ପାରା ମିଲେଟେରି ଫୋର୍ସରେ ନିଯୁକ୍ତି ପାଇ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସୁଥିବା ବିଦ୍ୟାର୍ଥୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ୱର୍ଦ୍ଧିତ କରାଯାଉଛି । 


ଇଟିଭି ଭାରତ, ବ୍ରହ୍ମପୁର 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.