Digital Dialogue: ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ଗଲାଣି, ଅନ ଦ ସ୍ପଟ୍ ଘୋଷଣା ସର୍ଭିସ ରୁଲର ଉଲ୍ଲଙ୍ଘନ

By

Published : Jul 1, 2023, 5:29 PM IST

thumbnail

ଭୁବନେଶ୍ବର: ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ଗଲାଣି। ଯିଏ ଯାହା ପାରିବ ତାହା କରିବ।  ଓଡିଶା କ୍ୟାଡରର ଆଇଏଏସ ଅଫିସର ବିଭିନ୍ନ ଜିଲ୍ଲା ଗସ୍ତ କରିବା ଏବଂ ଯୋଜନା ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିବା ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନମୋହନ ସାମଲଙ୍କ କେନ୍ଦ୍ର ସରକାରଙ୍କୁ ଚିଠି ପରେ ଏବେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଯିଏ ଏହି ପ୍ରସଙ୍ଗରେ ମଧ୍ୟ ଡିଓପିଟିକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି, କହିଛନ୍ତି ଓଡିଶାରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ପଡିଲାଣି । ଜଣେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛନ୍ତି। ଆଉ ଜଣେ ମୁଖ୍ୟମନ୍ତ୍ରୀ ଆସିଲେ ଏହି ଆଇଏଏସ ଅଫିସର କିମ୍ବା ଅନ୍ୟ କେହି ଆଉ କଣ କରିବେ । କହିବାକୁ ଗଲେ ସାମ୍ବିଧାନିକ ବିଧି ବ୍ୟବସ୍ଥା ପୁରା ଭୁଶୁଡି ଗଲାଣି। 

ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଜଣେ ସରକାରୀ କର୍ମଚାରୀ ନିୟମରେ ବନ୍ଧା । ନିୟମ ବାହାରକୁ ଯାଇ କାମ କରିପାରିବ ନାହିଁ । ଏଠି କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି କେମିତି ବ୍ୟକ୍ତିଗତ ସଚିବ ସବୁ କରିଦେଉଛନ୍ତି । କୌଣସି ଆର୍ଥିକ ଘୋଷଣା କରିବା ପୂର୍ବରୁ ଏହା ଅର୍ଥ ବିଭାଗର କ୍ଲିଅରାନ୍ସ ନେଇଥିବେ, ତାପରେ ବିଭାଗ ନିକଟକୁ ଯିବ, ମୁଖ୍ୟ ଶାସନ ସଚିବ ଦେଖିବେ ତା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବ । ଏଠି କିନ୍ତୁ ସେୟା ହେଉନାହିଁ । ଯେତେବେଳେ ଯାହା ପାରିଲେ ଆର୍ଥିକ ଘୋଷଣା କରୁଛନ୍ତି ବ୍ୟକ୍ତିଗତ ସଚିବ ପାଣ୍ଡିଆନ । ଅନ ଦ ସ୍ପଟ ଘୋଷଣା କରିବା ସର୍ଭିସ ରୁଲର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜୟ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।  

ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.