ଡିଜିଟାଲ ଡାଏଲଗ: ତେଲେଙ୍ଗାନା ଫର୍ମୁଲା ଓଡିଶାରେ ଆପଣାଇବ କଂଗ୍ରେସ

By ETV Bharat Odisha Team

Published : Dec 9, 2023, 7:46 PM IST

thumbnail

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବଚନରେ ୩ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । କଂଗ୍ରେସର ବିପର୍ଯ୍ୟୟ କେମିତି ହେଲା? ଭୁଲ କେଉଁଠି ହେଲା? ସେନେଇ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ଏପେଟ ଓଡିଶା ଦଖଲ ପାଇଁ କଂଗ୍ରେସ ଅଣ୍ଟା ଭିଡିଛି । ତେଲଙ୍ଗାନା ଫର୍ମୁଲା ଓଡିଶାରେ ପ୍ରୟୋଗ ପାଇଁ ଦଳ ରଣନୀତି ଆପଣାଇଛି । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଡିଶା କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ। ପଞ୍ଚାନନ କହିଛନ୍ତି ୨୦୨୪ ନିର୍ବାଚନରେ ଓଡିଶାରେ ତେଲେଙ୍ଗାନା ଫର୍ମୁଲା ଆପଣେଇବାକୁ ଯାଉଛି କଂଗ୍ରେସ। ତେଲେଙ୍ଗାନାରେ ବିଆରଏସ ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ଥିଲା । ଲୋକେ ଏହାକୁ ନେଇ ସନ୍ଦେହ ପ୍ରକାଶ କରି କଂଗ୍ରେସକୁ ଭୋଟ ଦେଲେ। ଓଡ଼ିଶାରେ ମଧ ସେଇୟା ହେବାକୁ ଯାଉଛି। ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଲୋକେ ବୁଝି ଗଲେଣି। ତେଣୁ ବିକଳ୍ପ ଭାବେ କଂଗ୍ରେସକୁ ଲୋକେ ଭୋଟ ଦେବେ। ୯ ରୁ ୯୦ ମିଶନ କଂଗ୍ରେସର ସଫଳ ହେବାକୁ ଯାଉଛି। ନିର୍ବାଚନରେ ଯୁବ ଚେହେରାଙ୍କୁ ଟିକେଟ ଦେବ ଦଳ। ଯେଉଁ ପ୍ରାର୍ଥୀଙ୍କର ଗ୍ରହଣୀୟତା ରହିବ ସେମାନଙ୍କୁ ଟିକେଟ ମିଳିବ ବୋଲି କହିଛନ୍ତି ପଞ୍ଚାନନ। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । 

ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.