Interview: ଚାକିରି ଛାଡ଼ି ସମାଜସେବାରେ ହୋଇଥିଲେ ସାମିଲ, ଜାଣନ୍ତୁ ‘ସାର ମ୍ୟାଡାମ ସରପଞ୍ଚ’ର ଅସଲ କାହାଣୀ

By

Published : Apr 15, 2023, 8:08 PM IST

thumbnail

ଭୁବନେଶ୍ବର: ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ସରପଞ୍ଚ ଆରତୀ ଦେବୀ । କାରଣ ତାଙ୍କ ରାଜନୀତି ଜୀବନର କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଛି ବହୁଭାଷୀ ଚଳଚ୍ଚିତ୍ର 'ସାର ମ୍ୟାଡ଼ମ ସରପଞ୍ଚ' । ଏହା ଗତକାଲି ତଥା ୧୪ ଏପ୍ରିଲରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବେଳେ ଖୁବଶୀଘ୍ର ଓଡ଼ିଶାରେ ପରଦାକୁ ଆସିବାକୁ ଯାଉଛି । ତେଣୁ ଏହି ଚଳଚ୍ଚିତ୍ରର ସଫଳତାକୁ ନେଇ ଆରତୀ ଦେବୀ ନିର୍ମାତାଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଓଡ଼ିଶାରେ ସିନେମାଟି ପ୍ରମୋଦ ଟିକସ ମୁକ୍ତ ହେଉ ବୋଲି ଦାବି କରିଛନ୍ତି ଓଡ଼ିଶା ପ୍ରଯୋଜନା ସଂସ୍ଥା ଓ ମହିଳା ସମାଜସେବୀ । ଏପରିକି ଓଡ଼ିଆ ଭାଷାରେ ମଧ୍ୟ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି 'ସାର ମ୍ୟାଡାମ ସରପଞ୍ଚ'। ୨୦୧୨ ମସିହାରେ ସେ ସର୍ବକନିଷ୍ଠ ସରପଞ୍ଚ ହୋଇଥିବା ବେଳେ ଜାତୀୟ ସ୍ତରରେ ଅନେକ ପୁରସ୍କାର ଜିତିଛନ୍ତି । ଏହି ମହୀୟସୀ ମହିଳାଙ୍କୁ ଭେଟିଛି ଇଟିଭି ଭାରତ । ସେ ଆମ ସହ ଅଧିକ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ...ଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.