DIGITAL DIALOGUE: 'ଝାରସୁଗୁଡା ସେମିଫାଇନାଲ, ୨୪ରେ ଫାଇନାଲ'

By

Published : May 13, 2023, 4:15 PM IST

thumbnail

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି । ଦୀପାଳି ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଥିବା ବେଳେ ପୁଣି ଝାରସୁଗୁଡ଼ାରେ ଶଙ୍ଖ ନାଦ ହୋଇଛି । ଲୋକଙ୍କ ବିଶ୍ବାସ ଓ ଭରସା ଜିତିବାରେ ବିଜେଡି ସକ୍ଷମ ହୋଇଛି । ଝାରସୁଗୁଡା ଜିଲ୍ଲା ଗଠନଠାରୁ ବିଜେଡି ସଂଗଠନ ସ୍ବର୍ଗତ କିଶୋର ମହାନ୍ତି ଏବଂ ନବ ଦାସଙ୍କ ନେତୃତ୍ବରେ ବିକାଶର ରାସ୍ତା ଦେଖାଇଥିଲା । ନବୀନଙ୍କ ନେତୃତ୍ବରେ ଏବେ ଦୀପାଳି ଦାସ ତାକୁ ଆଗକୁ ନେବେ । ଝାରସୁଗୁଡା ଥିଲା ସେମିଫାଇନାଲ । ୨୦୨୪ରେ ଫାଇନାଲ ହେବ । ତାର ଜବାବ ମଧ୍ୟ ଲୋକେ ଦେବେ । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ସାମିଲ ହୋଇ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର । ତୃତୀୟ ସାମ୍ମୁଖ୍ୟକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସହ ମେଣ୍ଟ ଭାଙ୍ଗିବା ପରଠାରୁ ବିଜେଡି ଯେଉଁ ସମଦୂରତ୍ବର ଷ୍ଟାଣ୍ଡ ରଖିଥିଲା ତାହା ଏବେବି ବଳବତ୍ତର ରହିଛି । କେସିଆର, କେଜ୍ରିଓ୍ବାଲ, ମମତା ବାନାର୍ଜୀ କିଛି ଗୋଟେ ଲକ୍ଷ୍ୟ ରଖି ନୀତିଶଙ୍କ ସହ ହାତ ମିଳାଉଛନ୍ତି । ବିଜେଡି କିନ୍ତୁ ଲୋକଙ୍କ ଶକ୍ତିରେ ବଳିୟାନ । ୨୦୨୪ରେ ବିଜେଡି ଏକାକୀ ନିର୍ବାଚନ ଲଢିବ । କର୍ଣ୍ଣାଟକ ନିର୍ବାଚନୀ ଫଳାଫଳର ଉଦାହରଣ ଦେଇ କହିଛନ୍ତି, "ସେଠି କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର କରିବାକୁ ଯାଉଛି । ଏକଜିଟ ପୋଲ ଝୁଲା ସରକାରର ମଧ୍ୟ ଆକଳନ ହୋଇଥିଲା । ସମୟ ଖେଳ ବଦଳାଇଦେଇପାରେ । ତେଣୁ ଲୋକେ ହେଉଛନ୍ତି ବଳିୟାନ । ଆମେ ଲୋକଙ୍କ ସହିତ ଅଛୁ, ବିକାଶ ସହିତ ଅଛୁ ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.