ରାଜପଥରେ ହାତୀ ଚଳାଚଳ, ଯାତାୟତ ଠପ୍‌

By ETV Bharat Odisha Team

Published : Dec 7, 2023, 7:56 AM IST

thumbnail

ଢେଙ୍କାନାଳ: ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହାତୀପଲ । ଗତକାଲି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥରେ ୨୫ଟିକିଆ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା ।  ଯାହାକୁ ନେଇ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ହାତୀପଲ ୫୫ ନମ୍ବର ଜାତୀୟ ରାଜପଥର ଗୋଟିଏ ପାଖରୁ ଅନ୍ୟ ପାଖକୁ ଅତିକ୍ରମ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ସମୟରେ ରାସ୍ତାରେ ଯାତାୟାତ ଠପ୍ ହୋଇ ଯାଇଥିଲା। ତେବେ ଜାତୀୟ ରାଜପଥ ସଂମ୍ପ୍ରସାରଣ କାମ ଅଧା ପନ୍ତରିଆ ହୋଇ ପଡ଼ି ରହିଥିବାରୁ  ହାତୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ହାତୀମାନେ ରାସ୍ତା ପାର ହେବା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡ଼ି ମଟର ଅଟକି ରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚିବା ସହ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସଚେତନ କରାଇଥିଲେ । ଅଧା ଘଣ୍ଟା ପରେ ହାତୀମାନେ ଅତିକ୍ରମ କରିବା ପରେ ରାସ୍ତାରେ ସାଧାରଣ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଖୁବଶୀଘ୍ର ଖୋଲିବ ହାତୀଙ୍କ ପାଇଁ ପାଠଶାଳା, ସାବାଡ୍ ହେବେ ଦୁଷ୍ଟ ଦନ୍ତା

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.